Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସାର୍ବଜନୀନ ଦୁର୍ଗା ପୂଜା, ପ୍ରମୁଖ ଆକର୍ଷଣ ସାଜିଛି କେଦାରନାଥ ତୋରଣ।

କଳାହାଣ୍ଡି:୧୧/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ
ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ମହା ଅଷ୍ଟମୀ ତିଥିରେ ପହଞ୍ଚି ଥିବା ବେଳେ ସହର ଠାରୁ ଗ୍ରାମାଞ୍ଚଳରେ ଦୁର୍ଗା ପୂଜା ପାଇ ଉତ୍ସବ ମୁଖର ହୋଇଛି ପୂଜା ମଣ୍ଡପ। କୋକସରା ବ୍ଲକ ସ୍ତରୀୟ ଦୁର୍ଗା ପୂଜା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଦୁର୍ଗା ପୂଜା ର ମୁଖ୍ୟ ଆକର୍ଷଣ ରହିଛି କେଦାରନାଥ ମନ୍ଦିର ସଦୃଶ୍ୟ ତୋରଣ। ସନ୍ଧ୍ୟାରେ ଦୁର୍ଗା ପୂଜା ଓ କେଦାରନାଥ ତୋରଣ ଦେଖିଵାକୁ ଶ୍ରଦ୍ଧାଳୁ ଙ୍କୁ ଭିଡ଼ ପରିଲକ୍ଷିତ ହେଉଛି। ମୁଖ୍ୟତଃ ସେଲ୍ଫି ନେବାକୁ ଓ ସୋସିଆଲ ମିଡିଆ ରେ ପୋଷ୍ଟ କରିବାକୁ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା ଓ ଲାଇଟ ଦର୍ଶକ ଙ୍କ ମନ ମୋହୁଛି, ଏହା ବ୍ୟତୀତ ସନ୍ଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲା ତଥା ଜିଲ୍ଲା ବାହାର ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟ ଆକର୍ଷଣ ରହିଛି। ଗୁରୁବାର ରାତି ର ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପୂଜା କମିଟି ର ସଭାପତି ଶ୍ରୀନିବାସ ପ୍ରଧାନୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡ଼. ଗୋପୀନାଥ ବାଗ,ଶିକ୍ଷାବିଦ ମିନିକେତନ ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଉପସ୍ଥିତ ଥିଲେ। ସାର୍ବଜନୀନ ଦୁର୍ଗା ପୂଜା କମିଟିର ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ମାନେ ପୂଜା କାର୍ଯ୍ୟ ରେ ନିଜର ସହଯୋଗ ଦେଉଛନ୍ତି।