Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଛ କହି ଫସେଇଦେଲା ତିନି ପିଲାର ବାପ, ମାମଲା ଥାନାରେ

କଳାହାଣ୍ଡି, ୧୭/୧୦-ଥାନା ସାମ୍ନାରେ ଜମିଛି ଭିଡ଼। ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ, ହୋହଲ୍ଲା। ଜଣେ ସ୍ୱାମୀଙ୍କ ପାଇଁ ଦୁଇ ଯୁବତୀ ହେଉଛନ୍ତି ଟଣାଓଟରା। ପ୍ରେମ ବିବାହ କରି ତିନୋଟି ଛୁଆର ବାପ ହୋଇଥିବା ଜଣେ ଯୁବକ ପଡିଛି କୋଲକତା ସୁନ୍ଦରୀ ପ୍ରେମରେ। ଘରକୁ ଧରି ପଳେଇ ଆସିଛି। ଆଉ ଘରେ ସ୍ତ୍ରୀ ପିଲା ବିରୋଧ କରିବାରୁ ମାରଧର କରିବା ସହିତ ପ୍ରଥମ ସ୍ତ୍ରୀ, ପିଲାଛୁଆଙ୍କୁ ଘରୁ ବାହାର କରିଦେଇଛି। ବାପ- ମାଆଙ୍କ ଉପରେ ହୋଇଛି ରକ୍ତମୁଖା। ଜୀବନ ଭୟରେ ପ୍ରଥମ ସ୍ତ୍ରୀ ପୁଲିସର ଦ୍ୱାରସ୍ତ ହେବା ସହିତ କରିଛି ନ୍ୟାୟ ଭିକ୍ଷା। ଏପରି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଜଗଦଲପୁର ଗାଁର ଆଲୋକ ବାଗ ନାମକ ଜଣେ ଯୁବକ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଡମ ସୁଲିମର ଜଣେ ଯୁବତୀ ରୀତାଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲା। ଦୁହିଁଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି। କିନ୍ତୁ କାମ କରିବାକୁ ବାଙ୍ଗାଲୋର ଯିବା ସମୟରେ ସେଠାରେ ଆଉ ଜଣେ ଯୁବତୀଙ୍କ ସହିତ ତାର ଦେଖା, ଫୋନ ଫାନ ଓ ସେଠାରୁ ପ୍ରେମ। ସେଠାରେ ଏକ ପାର୍ଲରରେ କାମ କରୁଥିବା ଆଲୋକ, ସେଠାକାର ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ କୋଲକାତା ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହୁଏ। ଘରଦ୍ୱାର, ପିଲାଛୁଆ ସମସ୍ତଙ୍କୁ ଭୁଲିଯାଏ। ଘର ଲୋକେ ସବୁ ଜାଣନ୍ତି। ମନା କରନ୍ତି। କିନ୍ତୁ ସୁନ୍ଦରୀ ପ୍ରେମରେ ପାଗଳ ହୋଇଥିବା ଆଲୋକ ନିଜର ପୁରୁଣା ପ୍ରେମକୁ ହତାଦର କରେ। ଶେଷରେ ନିଜର ଦ୍ଵିତୀୟ ପ୍ରେମକୁ ନେଇଆସେ ଘରକୁ। ଘରେ ପାଟିତୁଣ୍ଡ ହୁଏ। ଝଗଡାଝାଟି ହୁଏ। ଆଉ ମାମଲା ଯାଇ ପହଞ୍ଚେ ଥାନାରେ। ପ୍ରଥମ ସ୍ତ୍ରୀ ପିଲାଛୁଆ ସହିତ ଭରଣପୋଷଣ ଦାବି କରୁଥିବାବେଳେ, ଦ୍ଵିତୀୟ ସ୍ତ୍ରୀ ମୋତେ ମିଛ କହି ଫଶେଇଦେଲା ବୋଲି କହୁଛି। ଆଉ ଦୁଇ ଦୁଇ ଥର ପ୍ରେମରେ ପଡିଥିବା ଯୁବକ କହୁଛି, ମୁଁ ଦୁଇଜଣଙ୍କୁ ଦେବି ସ୍ତ୍ରୀର ମର୍ଯ୍ୟାଦା। ଘଟଣାଟି ପୁଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ତେବେ ବିଶ୍ୱନାଥପୁର ପୁଲିସ ମାମଲାଟି ଗ୍ରହଣ କରି ଅମ୍ବାଦଳା ଥାନାକୁ ହସ୍ତାନ୍ତର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ