Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସାମ୍ୱାଦିକ ସଂଘ ର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୀରୋଜ କୁମାର ଷଡ଼ଙ୍ଗୀ ଙ୍କ ପ୍ରସ୍ତାବ ଓ ଉପ୍ରୀୟମ୍ ନାଇକା ଙ୍କ ସମର୍ଥନ କ୍ରମେ
ସମ୍ପାଦକ ଶ୍ରୀ ଉତ୍ତମ ପାଣି ସଭାପତିତ୍ବ କରିଥିଲେ। ଆଜିର ବୈଠକ ରେ 2024-25 ବର୍ଷ ପାଇଁ ଗୁମ୍ମା ବ୍ଲକସାମ୍ବାଦିକ ସଂଘର ନୂତନ କର୍ମକର୍ତା ନିର୍ବାଚନ ମଧ୍ୟ ହୋଇଥିଲା। ଉପଦେଷ୍ଟା ଶ୍ରୀ ଉତ୍ତମ ପାଣି, ସଭାପତି ଶ୍ରୀ ସୁବୋଧ ଚନ୍ଦ୍ର ଲିମା, ଉପ ସଭାପତି ଭାବେ ଶ୍ରୀ ଲଳିତ ମୋହନ ଦଣ୍ଡସେନା, ସମ୍ପାଦକ ଶ୍ରୀ ସୁରେଶ ନାଗ, ସହ ସମ୍ପାଦକ ଶ୍ରୀ ଉପ୍ରୀୟମ୍ ନାଇକ, କୋଷାଧ୍ୟକ୍ଷ ଶ୍ରୀ ପ୍ରବୀଣ କୁମାର ଲିମା, କମିଟି ସଦସ୍ୟ ଶ୍ରୀ ଈଶ୍ୱର ଚନ୍ଦ୍ର ବିଷୋୟୀ, ବିମଳ କୁମାର ଦଳାଇ ଓ ନୀରୋଜ କୁମାର ଷଡ଼ଙ୍ଗୀ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories