Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଡ଼ିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ସୋନପୁର: ସିଡ଼ିରୁ ଓହ୍ଲାଉ ଥିବାବେଳେ ଖସିଗଲା ଯୁବକଙ୍କ ଗୋଡ଼ । ତଳେ ପଡ଼ୁ ପଡ଼ୁ ଚାଲିଗଲା ତାଙ୍କ ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶଙ୍କରା ଗାଁରେ । ମୃତ ଯୁବକ ହେଲେ ବିଦ୍ୟାପତି ଭୁଏ ।

ଆଜି ସକାଳେ ବିଦ୍ୟାପତି ନିଜ ଘରର ସିଡିରୁ ତଳକୁ ଓହ୍ଲାଉଥିଲେ । ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା । ଯୁବକ ଜଣଙ୍କ ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଦ୍ୟାପତିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ