Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଯୁବକ ଙ୍କୁ ସାହାଯ୍ୟ କରି ଗାଁ କୁ ପଠାଇଲେ

ଲକ୍ଷ୍ମୀପୁର ୧୯/୧୦ .
ଲକ୍ଷ୍ମୀପୁର ସିନାଇ ପବ୍ଲିକ ସ୍କୁଲ ପାଖରେ ଜଣେ ଅଜଣା ଯୁବକ ଚିରା ଫଟା ଡ୍ରେସ ପିନ୍ଧି ବୁଲୁଥିବାର ଦେଖି କିଛି ଯୁବକ ମାନେ ସନ୍ଦେହ ରେ ପଚାରି ଥିଲେ। ଯୁବକ ଜଣକ ହିନ୍ଦୀ ଭାଷାରେ କହୁଥିବା ବେଳେ ତାଙ୍କ ଘର ବିହାର ରାଜ୍ୟରେ ବୋଲି କହିଥିଲା। ସେ ତାମିଲନାଡୁ ରେ ଏକ ଲୁଗା ଫେକ୍ଟ୍ରିରେ କାମ କରୁଥିଲା,କିନ୍ତୁ କାମ ଭଲ ନଲାଗିବାରୁ ନିଜ ଘରକୁ ଯିବାକୁ ବାହାରି ଏକ ଟ୍ରେନରେ ଚଢ଼ିଥିଲା।ଟ୍ରେନ ଭିତରେ କିଛି ଲୋକ ତା ସହ ପାଟିତୁଣ୍ଡ କରି ତାକୁ ମାଡ଼ ମାରିବା ସହ ମୋବାଇଲ ଛଡାଇ ନେଇଯାଇଥିଲେ, ପରବର୍ତୀ ମୁହୂର୍ତ୍ତ ରେ ଆହୁରି ମାଡ଼ ମାରିବେ ଭାବି ଟ୍ରେନ ରୁ ଡେଇଁ ପଡି ଆହତ ହୋଇ ଅନ୍ୟ ଏକ ଟ୍ରେନ ରେ ବିହାର ଯିବା ପରିବର୍ତ୍ତେ ଲକ୍ଷ୍ମୀପୁର ଚାଲି ଆସିଥିଲା ଯୁବକ। ହାତରେ ପଇସା ନଥିବା ବେଳେ ଘର ରାସ୍ତା ଜାଣି ନପାରି ସିଏ ଜେନ ତେନ କରି ଲକ୍ଷ୍ମୀପୁର ପହଞ୍ଚିଥିଲା।ତା ଅବସ୍ଥା ଦେଖି ଲକ୍ଷ୍ମୀପୁର ଠାରେ  ଅପା ରାଓ ୱାଡେକା  ନାମକ ବ୍ୟକ୍ତି ଗଣ ମାଧ୍ୟମ ର ସାହାଯ୍ୟ ନେଇଁ  ଏକ ପ୍ୟାଣ୍ଟ ସାର୍ଟ ଆଣି ତାକୁ ପିନ୍ଧାଇବା  ଓ ଖାଦ୍ୟ ଦେବା ସହ ସହ କିଛି ଟଙ୍କା ଆଦାୟ କରି ପ୍ରଦାନ କରିଥିଲେ। ସେହି ଟଙ୍କା ରେ ରାୟଗଡା   ଏକ ବସ ରେ ପଠାଇବା ସହ ସେଠାରୁ  ବିହାର ଯିବାପାଇଁ ଟ୍ରେନ ମିଳିଯିବ ବୋଲି ବୁଝାଈ ଛଡା ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ