Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଲୋକସେବା ଆୟୋଗ ରେ ସଫଳତା ହାସଲ କଲେ ଜୟପାଟଣା ବ୍ଲକ ର ପୁଅ।

କଳାହାଣ୍ଡି:୨୧/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
ରାଜ୍ୟ ସ୍ତରୀୟ ଓଡିଶା ଲୋକସେବା ଆୟୋଗ ଫଳାଫଳ ପ୍ରକାଶ ପାଇଛି। ଜୟପାଟଣା ବ୍ଲକ ବଡପୁଝାରିଗୁଡା ଗ୍ରାମର ରୋହିତ କୁମାର ନାଏକ ଏବଂ ପଦ୍ମିନୀ ନାଏକ ଙ୍କ ସୁଯୋଗ୍ୟ ପୁତ୍ର ଭୋଲେଶ୍ୱର୍ ନାଏକ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।ଭୋଲେଶ୍ୱର ନାଏକ ଦଶମ ନିଜ ଗ୍ରାମର ଉନ୍ନତି ଉଚ୍ଚ ବିଦ୍ୟାଳୟ ରୁ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ଦୁଇ ,ଯୁକ୍ତ ତିନି ଭବାନୀପାଟଣା ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ରୁ ଉତ୍ତୀର୍ଣ୍ଣ ହୋଇ ରାଜନୀତି ବିଜ୍ଞାନ ପିଜି ପାଠ୍ୟକ୍ରମ ପାଇଁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ଦିଲ୍ଲୀରେ ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇ କଳାହାଣ୍ଡି ଜିଲ୍ଲା ପାଇ ଏକଦା ଗର୍ବ ଆଣିଥିଲେ।ପରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରମାମଣି ମହାବିଦ୍ୟାଳୟ କଣ୍ଟାବାଡ ଠାରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ।କାର୍ଯ୍ୟରତ ହୋଇ ଏକାଥରକୁ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିଲେ।ଏହି ଖବର ଶୁଣି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଶୁଭେଚ୍ଛୁ ଙ୍କ ମହଲ ରୁ ଶୁଭେଚ୍ଛାର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ