ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର (ଚମ୍ପାମାଳ) ର ସବନମଶ୍ରୀ ମେହେର ଓ ଏ ଏସ୍ (ଓଡିଶା ପ୍ରାଶାସନିକ ପରୀକ୍ଷା) ରେ 449 ରେଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି I ସେ ଦୈନିକ 12 ରୁ 14 ଘଣ୍ଟା ପରିଶ୍ରମ କରୁଥିବା ବେଳେ କୌଣସି କୋଚିଂ ର ଆଶ୍ରୟ ନେଇ ନଥିଲେ I ତାଙ୍କର ପିତା ପର୍ଶୁରାମ ମେହେର ଅବସରପ୍ରାପ୍ତ କୃଷି କର୍ମଚାରୀ ଓ ମାତା ନନକl ଗୃହିଣୀ ଥାଇ ସବୁବେଳେ ଧାର୍ମିକ ମନୋଭାବ ରଖି ଝିଅ ସବନମଶ୍ରୀ କୁ ଧୈର୍ଯ୍ୟ ଓ ଆତ୍ମ ବିଶ୍ୱାସ ରଖି କଠିଣ ପରିଶ୍ରମ କରିବାକୁ ଉପଦେଶ ଦେଉଥିଲେ I ଫଳରେ ସେ ଦ୍ୱିତୀୟ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି I ତାଙ୍କର ପ୍ରାଥମିକ ଶିକ୍ଷା ବୀରମହାରାଜପୁର ଶିଶୁ ମନ୍ଦିର ରୁ ଆରମ୍ଭ ହୋଇ ସୋନପୁର ସlହlରl ହାଇ ସ୍କୁଲ , ଯୁକ୍ତ ଦୁଇ ବିଜ୍ଞାନ ଭୁବନେଶ୍ବର କିଟ୍ କଲେଜ ଏବଂ ଉଚ୍ଚ ଶିକ୍ଷା ଓ ୟୁ ଏ ଟି ଚିପିଲିମା ରୁ ଉତ୍ତୀର୍ଣ୍ଣ ହୋଇଛନ୍ତି I ତାଙ୍କ ସଫଳତା ପାଇଁ ବାପା ମା, ଗୁରୁଜନ ଙ୍କ ପ୍ରେରଣା ଓ ଆଶୀର୍ବାଦ ରହିଥିବା ବେଳେ ଜଣେ ଭଲ ଅଧିକାରୀ ହୋଇ ନିଃସ୍ଵାର୍ଥପର ଭାବେ ଲୋକଙ୍କ ସେବା କରିବାକୁ କୁହନ୍ତି I