Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୁମୁରା ରେ ଦୁଲୁକିଲା ବୁଢ଼ାରଜା ସାଂସ୍କୃତିକ ମଞ୍ଚ, ରାତିସାରା ବିଭୋର ହେଲେ ଦର୍ଶକ।

କଳାହାଣ୍ଡି:୨୦/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ଉପଲକ୍ଷେ ଶନିବାର ରାତିରେ ଆମପାଣି ବୁଢ଼ାରଜା ସାଂସ୍କୃତିକ ମଞ୍ଚ ରେ ଦଶରା ୨୪ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଢ଼ାରଜା ଦଶରା କମିଟି ର ସଭାପତି କୁମୁଦ ଚନ୍ଦ୍ର ପୁଝାରି ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଗବେଷକ ଡ଼. ପରମେଶ୍ବର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ଆଦିବାସୀ ଯୁବନେତା ଋତୁରାଜ ମାଝୀ, ତିଲୋତ୍ତମା ନାଏକ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ବୁଢ଼ାରଜା ଙ୍କ ଦଶରା ଆସ୍ଥା ଓ ବିଶ୍ୱାସ ର ପର୍ବ ବ୍ୟତୀତ ଅଞ୍ଚଳ ରେ ଭାଇଚାରା ର ନିଦର୍ଶନ ର ଏକ ପ୍ରମୁଖ ଉତ୍ସବ ବୋଳି ମତ ଦେଇଥିଲେ। ଏହି ଅବସରରେ ଅଧ୍ୟାପକ, ଲେଖକ, ସ୍ତମ୍ଭକାର, ଉଦଘୋଷକ ଭାବେ ସୁନାମ ଅର୍ଜନ କରିଥିବା ମୋହନ ଚରଣ ବିଶି ଙ୍କୁ ଉପଢୌକନ ମାନପତ୍ର ସହ ସମ୍ବର୍ଦ୍ଧନା ସହ ଅଞ୍ଚଳ ର କଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଟ ଓ ଘୁମୁରା ଗୁରୁ ବବୃ ବାହନ ପୁରୋହିତ, ପ୍ରଦ୍ୟୁମ୍ନ ଶବର, ଲୋକ କଳାକାର ରାଜ କିଶୋର ପଟେଲ, ଦୋଳ ଗୋବିନ୍ଦ ପୁଝାରି ଓ ଯୁବ ଆଇନଜୀବୀ, ପୂର୍ବତନ ସାମ୍ବାଦିକା ପ୍ରିୟଦର୍ଶିନୀ ନାଏକ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ ବୁଢ଼ାରଜା ସାଂସ୍କୃତିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା ରେ ଜିତେନ୍ଦ୍ର ପଣ୍ଡା ସହଯୋଗ କରିଥିଲେ। ପରେ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବୁଢାରଜା ପୁଜା କମିଟି ର ସମ୍ପାଦକ ନକୁଳ ବାଣୁଆ, ସହ ସଂପାଦକ ସନ୍ତୋଷ ମାଝୀ କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ମନୋରଞ୍ଜନ ବାଣୁଆ ପ୍ରମୂଖ କମିଟିର ଶତାଧିକ କର୍ମକର୍ତ୍ତା ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ