Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଗଣା ଖାଉଟି ସାମଗ୍ରୀ ବାହାରେ ବିକ୍ରି,ପ୍ରଶାସନ କାହିଁକି ଚୁପ୍!

ସମ୍ବଲପୁର: ବରଗଡ଼ ଜିଲ୍ଲା ବରପାଲି ସହର ଓ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ମାଗଣା ସରକାରୀ ଖାଦ୍ୟ ବିକ୍ରୀ ହେବା ଘଟଣା । ସୂଚନା ଯୋଗ୍ୟ ଯେ ବରପାଲି ସହରରେ ଓ ଗ୍ରାମାଞ୍ଚଳରେ ଥିବା ସରକାରୀ ଖାଉଟି ଦୋକାନ ଯୋଉଟାକୁ ଏବେ ସରକାର ଙ୍କ ପକ୍ଷରୁ ରେସନ୍ କାର୍ଡ ଧାରୀଙ୍କୁ ସରକାର କାର୍ଡ ପିଛା ୭ କେଜି ଲେଖାଏଁ ମାଣ୍ଡିଆ ଖାଇବା ପାଇଁ ମାଗଣାରେ ଦେଉଛନ୍ତି ହେଲେ ଖାଉଟି ଦୋକାନ ରୁ ପ୍ରାୟ ୧୦୦ ମିଟର ଦୂରରେ କିଛି ଦଲାଲ ମାଣ୍ଡିଆ କେଜି ୧୫ ରୁ ୨୦ ଟଙ୍କା ରେ କୁଇଣ୍ଟାଲ୍ କୁଇଣ୍ଟାଲ୍ କିଣୁଥିବା ଓ ରାସ୍ତା ପାଶ୍ୱରେ ବସ୍ତା ପେକେଟ ରେ ରଖିଥିବା ଦେଖିବାକୁ ମିଳିଛି । ସେହି ପରି ବରପାଲି ବ୍ଲକ ୨୩ ଗୋଟି ପଞ୍ଚାୟତ ଥିବାର ଅଧିକାଂଶ ପଞ୍ଚାୟତ ଗୁଡିକରେ ଏ ଘଟଣା ଚାଲିଥିବା ବେଳେ ଦାୟୀତ୍ୱରେ ପ୍ରଶାସନ ଅଧିକାରୀ ମାନଙ୍କ ଦୃଷ୍ଟି ରେ ନ ଆସିବା କ୍ଷୋଭ ର ବିଷୟ ।ଏ ସଂକ୍ରାନ୍ତ ରେ ବରପାଲି ଯୋଗାଣ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଏ ସଂକ୍ରାନ୍ତରେ ମୋ ପାଖକୁ କୌଣସି ଅଭିଯୋଗ ଆସି ନାହିଁ ଏବଂ ଯଦି ଏମିତି ବାହାରେ ଲୋକେ କିଣିଲେ ମୁଁ କଣ କରିବି ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ। ଲୋକଙ୍କ ପାଇଁ ସରକାର ଯେଉଁ ଲକ୍ଷ ରଖି ମାଗଣାରେ ଖାଦ୍ୟ ଯୋଗାଉଛନ୍ତି ତାହାର ଯଦି ସୁଫଳ ହିତାଧିକାରୀ ଚାହୁଁନି ଓ ଦଲାଲ ହସ୍ତରେ ବିକ୍ରି କରୁଛନ୍ତି ତେବେ ସରକାର ଏହା ଦେବାର ଅର୍ଥ କଣ ବୋଲି କେବଳ ପ୍ରଶ୍ନ ଉଠୁନି, ବରଂ ପ୍ରଶାସନିକ ଅଧିକାରୀ ଏଭଳି ତଥ୍ୟ ସରକାରଙ୍କୁ ନଜଣାଇ ନିଜର ଅସହାୟତା ପ୍ରକାଶ କରିବା କାରଣ କ’ଣ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ୍ନ ଉଠିଲାଣି।ତେଣୁ ସରକାରୀ ଯୋଜନା ଓ ଏଭଳି ଘଟଣାକୁ ହାଲୁକା ଭାବେ ଗ୍ରହଣ ନକରି ଏହାର ତଦନ୍ତ ସାପେକ୍ଷ ଏ ଘଟଣାର ଉପରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବା ସାଙ୍ଗକୁ ଦଲାଲ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସରକାରୀ ଦୁର୍ବଳତା ପଦାରେ ପଡିବା ସ୍ୱାଭାବିକ।