Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରତ କଳ ଉପରେ ବନ୍ ବିଭାଗର ଚଢ଼ାଉ

ଅସ୍ତରଙ୍ଗ,,ପୁରୀ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବାନାଞ୍ଚଳ ତରଫରୁ ସୋମବାର ଦିନ ଅସ୍ତରଙ୍ଗ ରେଞ୍ଜ ଅଧୀନରେ ଥିବା ୪ ଗୋଟି କରତ କଳ ଉପରେ ପୁରୀ ଜିଲ୍ଲା ବନବିଭାଗ ର ଏ ସି ଏଫ,ଅଶୋକ ବେହେରା, ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର ମହାପାତ୍ର ଙ୍କ ଉପସ୍ଥିତି ରେ ଚଢାଉ କରା ଜାଇ ଲକ୍ଷାଧିକ ଟଙ୍କାର କରତ କଳର ଜନ୍ତ୍ରାଶ ଜବତ ହୋଇଛି। ଗୋଟିଏ କାକଟପୁର ବଜାର ର ଗଉରା ସ ମିଲ ହୋଇଥିବା ବେଳେ,ଗୋଟିଏ ଲତାହରଣ ର କଟକଣା,ତାଳଦା ଗାରେହି ମଠ ର ଭଣ୍ଡିଶାହି,ଓ ଅନ୍ୟଟି ବାଉଲାଙ୍ଗ ଜି ପି, ର ଅଲଣା ଗ୍ରାମ ବୋଲି ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ଜବତ ହୋଇଥିବା ଯନ୍ତ୍ରାଂଶ ଯଥା,ଟ୍ରଲି, ହୁଇଲ,ବ୍ୟାଣ୍ଡ ସ,ମଟର,ଆଦି କଟର ଦ୍ବାରା କଟାଯାଇ ଅସ୍ତରଙ୍ଗ ବନବିଭାଗ କାର୍ଯ୍ୟାଳୟ କୁ ଅଣା ଯାଇଥିବା ବେଳେ ପ୍ରମାଣ ସ୍ୱରୁପ କାଠ ପଟା,କରତ ଗୁଣ୍ଡ ଆଦି ଜବତ କରା ଜାଇ ଅଛି । ଏହି ସବୁ କାର୍ଯ୍ୟକ୍ରମ ରେ ଫରେଷ୍ଟର ବବୁଲ ମଳିକ,ରଜସ୍ଵ ବିଭାଗ ର ଆର ଆର, ବିଦୂତ୍ ବିଭାଗ ର କର୍ମଚାରୀ ପ୍ରଭୁତି ସାମିଲ ରହି କରତ କଳ ଚାଲୁଥିବା ସ୍ଥାନ ର ସ୍ଥିତାବସ୍ଥା ସମ୍ପର୍କ ରେ ତଦାରଖ କରିଥିବା ବେଳେ,ବିଦୁତ୍ ବିଭାଗ କର୍ମଚାରୀ ମାନେ ବିଦୁତ୍ ସଂଯୋଗ କାଟି ଥିଲେ । ଏହି ପରି ବେ ଆଇନ କାମ ପାଇଁ ଆଗାମୀ ଦିନରେ ବିଦୁତ ସଂଯୋଗ ନ ଦେବାକୁ ରେଞ୍ଜର ବିଦୁତ ବିଭାଗ କୁ ପତ୍ର ଲେଖିଥିବା ଜଣା ପଡ଼ିଥିବା ବେଳେ,ଏହି ଚଢାଉ ରେ,କୋଣାର୍କ, ଗୋପ,ବାଲୁଖଣ୍ଡ,ବ୍ରହ୍ମଗିରି,ଜଙ୍ଗଲ ବିଭାଗ କର୍ମଚାରୀ ,ଅସ୍ତରଙ୍ଗ ପୋଲିସ ଆଦି ମିଶି ୪୦ ଜଣ କର୍ମଚାରୀ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ