Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଡାଲ ସ୍କୁଲ ପରିସରରେ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ଏକୀକରଣ ଶିବିର

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ଅଡlଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରେଆର ସୋନପୁର ତରଫରୁ ବେସିକ୍ ନୀଡ ଇଣ୍ଡିଆ ସହାୟତାରେ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ପୁନଃ ଏକୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର ଶିବ କର୍ମୀ ଯୋଗ ଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବେସିକ୍ ନୀଡ ଇଣ୍ଡିଆ ର ରାଜ୍ୟ ସଂଯୋଜକ ରାଜୀବ କର୍ମୀ , ସ୍ଥାନୀୟ ଅଙ୍ଗନୱାଡି କର୍ମୀ ସ୍ମିତା କର୍ଣ୍ଣ , ଆଶା କର୍ମୀ ସାବିତ୍ରୀ ରଣl , ସିୟା ପରିବାର ସମ୍ପାଦକ ସୁଦାମ ଗାଇଗରିଆ ପ୍ରମୁଖ ଉପସ୍ଥିତ ଥିଲେ I କ୍ଷେତ୍ର ସହାୟକ ମିତ୍ରଭାନୁ ମଲ୍ଲିକ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ବିଭିନ୍ନ ଅସୁବିଧା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ I ପ୍ରକଳ୍ପ ସଂଯୋଜନ ବିଶ୍ଵମ୍ବର ସାହୁ ଅସୁସ୍ଥ ବ୍ୟକ୍ତି ଙ୍କୁ ବିଭିନ୍ନ କୌଶଳ ବିଷୟରେ ଅବଗତ କରାଇ ଥିଲେ l ଶେଷରେ ସ୍ଵେଚ୍ଛାସେବୀ ଝେଲିନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I