Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା ଦୁଇ ଦମ୍ପତି ଚୋର ଗିରଫ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଜବତ

ପାରଳାଖେମୁଣ୍ଡି:୨୨/୧୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଓ ଗୋଷଣି ରୁ ଚୋରି କରିଥୁବା ଦୁଇ ଦମ୍ପତିଙ୍କୁ ଧରି କୋର୍ଟ ଚାଲାଣ କରିଥିବା ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଯତୀନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି. ଗତ ୧୪/୧୦/୨୪ ତାରିଖ ଦିନ କାଶୀନଗର ନୂଆ ଓଡିଶା ରାସ୍ତା ପାର୍ଶ୍ୱରେ ଘର କରି ରହୁ ଥିବା ବେହେରା ରାମ କ୍ରିଷ୍ଣା ଙ୍କ ପରିବାର ଗୁଣୁପୁର ଠାରୁ ପୁରୀ ଯାଉଥିବା ଟ୍ରେନରେ ତାଙ୍କ ସମ୍ପର୍କୀୟ ଙ୍କ ସ୍ୱସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ଘରେ ଚାବି ପକାଇ ଟେକିଲି ଗ୍ରାମକୁ ଯାଇଥିଲେ. ଏହାର ସୁଯୋଗ ନେଇ ଦୁର୍ବୁତ୍ତ ଘରେ ପଶି ବେହେରା ରାମ କ୍ରିଷ୍ଣାଙ୍କ ସଂଚିତ ଟଙ୍କା ପ୍ରାୟ ୨ଲକ୍ଷ ୫୦ହଜାର,୧୦ ତୋଳା ସୁନା ଓ 50 ତୋଳା ରୁପା ଅଳଙ୍କାର ଲୁଟି ନେଇ ପଳେଇ ଥିଲେ. ଏହାର ଦୁଇ ଦିନ ପରେ ଚୋର ମାନେ ଏହି ଜିଲ୍ଲା ଅନ୍ତର୍ଗତ ଗୋଷଣି ବ୍ଲକର ରାମପୁର ଗ୍ରାମ ଠାରେ ମଧ୍ୟ ଗୋଟେ ଚାବି ପଡ଼ିଥିବା ଘରେ ପଶି ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ଧରା ପଡି ଥିଲେ. ଗାଁ ଲୋକ ମାନେ ତୁରନ୍ତ ପୋଲିସ କୁ ଡ଼ାକି ଚୋର ମାନଙ୍କୁ ହସ୍ତାନ୍ତର କରିଥିଲେ. ପୋଲିସ ସେହି ଚୋର ମାନଙ୍କୁ ଧରିବା ପରେ ଅନୁସନ୍ଧାନ କରି ଜାଣି ପାରିଲା ଯେ ଏମାନେ ହିଁ କାଶୀନଗର ଠାରେ ମଧ୍ୟ ଚୋରି କରିଛନ୍ତି. କାଶୀନାଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ଚୋର ମାନଙ୍କୁ କାଶୀନଗର ଆଣି ସେମାନେ କେମିତି ବେହେରା ରାମକୃଷ୍ଣ ଘରେ ଚୋରି କରିଥିଲେ ତାର ଲାଇଭ ଡେମୋ କରି ଚୋରି କରିଥିବା ଟଙ୍କା ସୁନା ଓ ରୁପା ସେମାନଙ୍କ ଠାରୁ ଜବତ କରିଥିଲେ. ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ପଣ୍ଡା ଙ୍କ ସୂଚନା ମୁତାବକ ଚୋର ମାନଙ୍କ ଠାରୁ ଲକ୍ଷେ ଷାଠିଏ ହଜାର ଟଙ୍କା, ପ୍ରାୟ ଶହେ ଶତାବନ ଗ୍ରାମ ସୁନା ଓ ରୁପା ଗହଣା ତଥା ଦୁଇଟି ଫୋନ ଏବଂ ବାଇକ ସହ ସେମାନେ ବ୍ୟବହାର କରୁଥିବା ଶେଣୀ ଓ ଛୋଟ ଶାବଳ ତାଙ୍କ ଠାରୁ ଜବତ କରାଯାଇଥିବା କହିଥିଲେ.ଏହି ଚୋରୀ ଘଟଣାରେ ଦୁଇ ମହିଳା ଚୋର ସହ ଦୁଇ ପୁରୁଷ ଚୋର (ଦୁଇ ଦମ୍ପତି ) ସାମିଲ ଥିଲେ ଓ ଏମାନେ କେବଳ ଚାବି ପଡ଼ିଥିବା ଘରକୁ ଟାର୍ଗେଟ କରୁଥିବା ବେଳେ ଏମାନେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବବୁଜି ଗୁଡା ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି. ପୋଲିସର ଏହି ସଫଳତା ଗଜପତି ଜିଲ୍ଲା ବାସୀଙ୍କୁ ଆଶ୍ବସ୍ତି ଆଣି ଦେଇଛି l