Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା ଦୁଇ ଦମ୍ପତି ଚୋର ଗିରଫ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଜବତ

ପାରଳାଖେମୁଣ୍ଡି:୨୨/୧୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଓ ଗୋଷଣି ରୁ ଚୋରି କରିଥୁବା ଦୁଇ ଦମ୍ପତିଙ୍କୁ ଧରି କୋର୍ଟ ଚାଲାଣ କରିଥିବା ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଯତୀନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି. ଗତ ୧୪/୧୦/୨୪ ତାରିଖ ଦିନ କାଶୀନଗର ନୂଆ ଓଡିଶା ରାସ୍ତା ପାର୍ଶ୍ୱରେ ଘର କରି ରହୁ ଥିବା ବେହେରା ରାମ କ୍ରିଷ୍ଣା ଙ୍କ ପରିବାର ଗୁଣୁପୁର ଠାରୁ ପୁରୀ ଯାଉଥିବା ଟ୍ରେନରେ ତାଙ୍କ ସମ୍ପର୍କୀୟ ଙ୍କ ସ୍ୱସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ଘରେ ଚାବି ପକାଇ ଟେକିଲି ଗ୍ରାମକୁ ଯାଇଥିଲେ. ଏହାର ସୁଯୋଗ ନେଇ ଦୁର୍ବୁତ୍ତ ଘରେ ପଶି ବେହେରା ରାମ କ୍ରିଷ୍ଣାଙ୍କ ସଂଚିତ ଟଙ୍କା ପ୍ରାୟ ୨ଲକ୍ଷ ୫୦ହଜାର,୧୦ ତୋଳା ସୁନା ଓ 50 ତୋଳା ରୁପା ଅଳଙ୍କାର ଲୁଟି ନେଇ ପଳେଇ ଥିଲେ. ଏହାର ଦୁଇ ଦିନ ପରେ ଚୋର ମାନେ ଏହି ଜିଲ୍ଲା ଅନ୍ତର୍ଗତ ଗୋଷଣି ବ୍ଲକର ରାମପୁର ଗ୍ରାମ ଠାରେ ମଧ୍ୟ ଗୋଟେ ଚାବି ପଡ଼ିଥିବା ଘରେ ପଶି ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ଧରା ପଡି ଥିଲେ. ଗାଁ ଲୋକ ମାନେ ତୁରନ୍ତ ପୋଲିସ କୁ ଡ଼ାକି ଚୋର ମାନଙ୍କୁ ହସ୍ତାନ୍ତର କରିଥିଲେ. ପୋଲିସ ସେହି ଚୋର ମାନଙ୍କୁ ଧରିବା ପରେ ଅନୁସନ୍ଧାନ କରି ଜାଣି ପାରିଲା ଯେ ଏମାନେ ହିଁ କାଶୀନଗର ଠାରେ ମଧ୍ୟ ଚୋରି କରିଛନ୍ତି. କାଶୀନାଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ଚୋର ମାନଙ୍କୁ କାଶୀନଗର ଆଣି ସେମାନେ କେମିତି ବେହେରା ରାମକୃଷ୍ଣ ଘରେ ଚୋରି କରିଥିଲେ ତାର ଲାଇଭ ଡେମୋ କରି ଚୋରି କରିଥିବା ଟଙ୍କା ସୁନା ଓ ରୁପା ସେମାନଙ୍କ ଠାରୁ ଜବତ କରିଥିଲେ. ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ପଣ୍ଡା ଙ୍କ ସୂଚନା ମୁତାବକ ଚୋର ମାନଙ୍କ ଠାରୁ ଲକ୍ଷେ ଷାଠିଏ ହଜାର ଟଙ୍କା, ପ୍ରାୟ ଶହେ ଶତାବନ ଗ୍ରାମ ସୁନା ଓ ରୁପା ଗହଣା ତଥା ଦୁଇଟି ଫୋନ ଏବଂ ବାଇକ ସହ ସେମାନେ ବ୍ୟବହାର କରୁଥିବା ଶେଣୀ ଓ ଛୋଟ ଶାବଳ ତାଙ୍କ ଠାରୁ ଜବତ କରାଯାଇଥିବା କହିଥିଲେ.ଏହି ଚୋରୀ ଘଟଣାରେ ଦୁଇ ମହିଳା ଚୋର ସହ ଦୁଇ ପୁରୁଷ ଚୋର (ଦୁଇ ଦମ୍ପତି ) ସାମିଲ ଥିଲେ ଓ ଏମାନେ କେବଳ ଚାବି ପଡ଼ିଥିବା ଘରକୁ ଟାର୍ଗେଟ କରୁଥିବା ବେଳେ ଏମାନେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବବୁଜି ଗୁଡା ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି. ପୋଲିସର ଏହି ସଫଳତା ଗଜପତି ଜିଲ୍ଲା ବାସୀଙ୍କୁ ଆଶ୍ବସ୍ତି ଆଣି ଦେଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।