Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟାକୁ ଡରନା, ଜୀବନ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିକାରାତ୍ମକ ପ୍ରସ୍ତୁତିକୁ ଗ୍ରହଣ କର -ବିପର୍ଯ୍ୟୟ ମନ୍ତ୍ରୀ – ସୁରେଶ ପୁଝାରୀ

ଭୁବନେଶ୍ୱର:ବାତ୍ୟାକୁ ଡରନା, ଜୀବନ ସୁରକ୍ଷା ପ୍ରତି ସରକାରଯତ୍ନଶୀଳ। ସରକାର ପ୍ରାକ ପ୍ରସ୍ତୁତି ପୂର୍ବକ ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସରକାରଙ୍କ କାର୍ଯ୍ୟଧାରା ଓ ନିଷ୍ପତ୍ତି କୁ ଅନୁପାଳନ କଲେ ଧନ ଜୀବନ ସୁରକ୍ଷିତ ରହିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ – ସୁରେଶ ପୁଝାରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି।
ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପାଇଁ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେବା ସାହ ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି।
ଜିଲ୍ଲା ପ୍ରଶାସନ ସହ ସରକାର ୨୪ ଘଣ୍ଟା ଧରି ଯୋଗାଯୋଗରେ ରହିଛି।୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା କରାଯାଇଛି।ସାଧାରଣ ଜନତା ଓ ମହିଳା ସୁରକ୍ଷା ପାଇଁ ସବୁ ରିଲିଫ୍ ସେଣ୍ଟରରେ ମହିଳା ପୋଲିସ ରହିବେ।
ପ୍ରତିକାର ବ୍ୟବସ୍ଥା ସ୍ୱରୂପ ଜିଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଥିବା ନେଇ ମନ୍ତୀ ସୂଚନା ଦେଇଛନ୍ତି।ଏପରିକି ସରକାରୀ ଆଶ୍ରୟସ୍ଥଳୀ ଛଡ଼ା ଆଉ ୫୦୦ଟି ଅସ୍ଥାୟୀ ଶିବିର ପ୍ରସ୍ତୁତ ରହିଥିବା ନେଇ ମଧ୍ୟ୍ୟ ସୂଚନା ଦେଇ ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଥିବା କହିଛନ୍ତି।ବିଶେଷ କରି ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ଆଜି ଅର୍ଥାତ ୨୩ ତାରିଖ ରାତି ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ସମସ୍ତ ଜିଲ୍ଲପାଳ ମାନଙ୍କୁ ନିର୍ଦେଶ ଦେଇ କୋଣ ଅନୁକୋଣରେ ତୀକ୍ଷ୍ଣ ନଜର ରଖି ଧନ ଜୀବନ ସୁରକ୍ଷା ପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ ଦେଇ ମନ୍ତ୍ରୀ ସୁରେଶ ପୁଝାରୀ ଦାନା ବାତ୍ୟାକୁ ଦୃଢ଼ ମୁକାବିଲା କରିବାକୁ ନିଜେ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଏହାର ତଦାରଖ ସହ ପ୍ରତିକାରାତ୍ମକ ବ୍ୟବସ୍ଥା ପ୍ରତି ଯତ୍ନଶୀଳ ଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ