୬୮ତମ ରାଜ୍ୟସ୍ତରୀୟ ତାଇ-କୋନ୍-ଡୁ ପ୍ରତିଯୋଗୀତାରେ ଗଜପତି ଜିଲ୍ଲାର ସଫଳତା


ପାରଳାଖେମୁଣ୍ଡି:୨୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଚଳିତ ମାସ ୧୭ ତାରିଖ ଠାରୁ ୧୯ ତାରିଖ ପଯ୍ୟନ୍ତ ୬୮ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ତାଇ-କୋନ୍-ଡୁ ପ୍ରତିଯୋଗୀତା ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗୀତା ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଗଜପତି ଜିଲ୍ଲାରୁ ଅଣ୍ଡର -୧୪ ରେ ବାଳିକା ୨ ଜଣ, ବାଳକ ୨ ଜଣ, ଅଣ୍ଡର-୧୭ ରେ ବାଳିକା ୧ ଜଣ ଓ ବାଳକ ୨ ଜଣ (ମୋଟ ରେ ୭ ଜଣ) ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ନିମ୍ନ ଲିଖିତ ଖେଳାଳୀମାନେ ବିଜ ୟୀ ହୋଇ ଗଜପତି ଜିଲ୍ଲା ପାଇଁ ଗୌରବ ସାଜିଛନ୍ତି. ସେମାନେ ହେଲେ ୧. ଅଣ୍ଡର-୧୭ ରେ ବାଳିକା – ବର୍ଷିତା ଦାସ – ରୌପ୍ୟ ପଦକ (ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି) ୨. ଅଣ୍ଡର -୧୪ ରେ ବାଳ ବାଳକ – ସାଇ ସ୍ବରୂପ ପାଣିଗ୍ରାହୀ – କାଂସ୍ୟ ପଦକ ୩. ଅଣ୍ଡର-୧୪ ରେ ବାଳକ – କଡାଗାଲା ସ୍ମରଣ ତେଜ – ରୌପ୍ୟ ପଦକ (ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି) ପଦକ ହାସଲ କରିଛନ୍ତି ବୋଲି ଗଜପତି ଜିଲ୍ଲା ତାଇ – କୋନ – ଡୁ ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି.