Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଠାରେ ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇ ଜାଇଛି।ଏହି ନିର୍ବାଚନରେ ସମସ୍ତ ପ୍ରତିନିଧୀ ମାନଙ୍କୁ ସର୍ବ ସହମତି କ୍ରମେ ଚୟନ କରା ଜାଇଥିବା ବେଳେ ସମସ୍ତ ନବ ନିର୍ବାଚିତ ପ୍ରତିନିଧୀ ମାନଙ୍କୁ ରାଜ୍ୟ ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁଲଦିପ୍ ଶପଥ ପାଠ କରାଇଥିଲେ।
ଏହି ନିର୍ବାଚନି ପ୍ରକ୍ରିୟାରେ ସଭାପତି ଭାବେ ଦୟାନିଧି ଗରଡା,ଉପ ସଭାପତି ଭାବେ ନିରଞ୍ଜନ ନାୟକ,ଉପ ସଭାନେତ୍ରୀ ଭାବେ ସୁକାନ୍ତି ସାହୁ,ସାଧାରଣ ସମ୍ପାଦକ ଭାବେ ତ୍ରୀନାଥ ମହାପାତ୍ର,ସଂଗଠନ ସମ୍ପାଦକ ଭାବେ ବଳରାମ କନ୍ଦପାନ,ସଂଯୋଜକ ଭାବେ ଏ.ରମେସ କୁମାର,ସହ ସମ୍ପାଦକ ଭାବେ ଲାବନ୍ୟ ହାଲବା,ବିଜୟଦାସ ମୁଦୁଲି, ପ୍ରେମାନନ୍ଦ ବିଷୋୟୀ,କୃଷ୍ଣ କୁଲଦିପିଆଙ୍କୁ ସର୍ବ ସହମତି କ୍ରମେ ଚୟନ କରା ଜାଇଥିଲା,କୋଷାଧକ୍ଷ ଭାବେ ଭାସ୍କର ସୁଚେନ,ଉପଦେଷ୍ଟା ଭାବେ ନାରାୟଣ ସାହୁ,ଅଖିଳ ମାଝି,କାହ୍ନୁ ଚରଣ ସାହୁ,ସୁର୍ଯ୍ୟ ନାରାୟଣ ପାଇରାପୁ,ପ୍ରମୋଦ କିଶୋର ଗରଡା ମନୋଜ କୁମାର ପରିଡା ଓ ରଜତ କୁମାର ନାୟକ ସର୍ବ ସହମତି କ୍ରମେ ଚୟନ କରା ଜାଇଥିବା ବେଳେ ଆଇନ ପରାମର୍ଶ ଦାତା ଭାବେ ଦିଲ୍ଲିପ କୁମାର ବିଡିକାଙ୍କୁ ଚୟନ କରାଯାଇଛି। ନିର୍ବାଚନ ପରିଚାଳନା ଦାୟିତ୍ଵ ରେ ରାଜ୍ୟ ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁଲଦିପ୍,କୋରାପୁଟ ଜିଲ୍ଲା ଉପସଭାନେତ୍ରୀ ବୈଜୟନ୍ତି ମାଳା ଖସ୍ଲା ଯୋଗ ଦେଇ ନିର୍ବାଚନି ପ୍ରକ୍ରିଆ ସମ୍ପନ୍ନ କରିଥିଲେ।ଏଥିରେ ବ୍ଲକର ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ