Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ରେ ଏଫଏମ ଟ୍ରାନ୍ସମିଟର ଲୋକାର୍ପିତ

ଅତାବିରା: ରେଡିଓ ଏକ ଓ ବଳିଷ୍ଠ ଗଣମାଧ୍ୟମ। ଖବର ହେଉ କି ମନୋରଞ୍ଜନ ପ୍ରତ୍ୟେକ କ୍ଷେତ୍ରରେ ରେଡିଓ ହିଁ ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ହୋଇ ରହିଥିଲା। ସମୟ ବଦଳିବା ସହ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରସାର ଲୋକଙ୍କ ରୁଚିରେ ପରିବର୍ତ୍ତନ ଆଣିଛି। ତଥାପି ଲୋକଙ୍କ ମନରେ ରେଡିଓ ପ୍ରତି ଭଲପାଇବା ରହିଛି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ରେଡିଓ ପ୍ରସାରକୁ ଏବେ ବି ପ୍ରାଧାନ୍ୟ ଦେଉଛନ୍ତି । ସେଥିପାଇଁ ଦେଶରେ ଆଜି ୯୧ ଟି ରେଡିଓ ରିଲେ ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଛି। ଏହି ଅବସରରେ ବରଗଡ଼ ଠାରେ ବି ସକାଳ ୧୦ଟା ୩୯ରେ FM ଟ୍ରାନ୍ସମିଟର ଲୋକାର୍ପଣ ଉତ୍ସବ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି l ବରଗଡ଼ ରେ ଆୟୋଜିତ FM ଲୋକାର୍ପଣ ଉତ୍ସବ ରେ ବରଗଡ ସାଂସଦ ସୁରେଶ ପୁଝାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନିର୍ଦ୍ଧେଶକ ମନୋଜ ପୁଝାରୀ, କାର୍ଯ୍ୟକ୍ରମ ନିଷ୍ପାଦକ କୈବର୍ତ୍ତ୍ୟ ସାହୁ, ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ଆକାଶବାଣୀ ଶ୍ରୋତା ସଂଘର ସଭାପତି କୃଷଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଶୋକ ପ୍ରଧାନ, ଜଗନ୍ନାଥ ସାହୁ, ଗୀତିକାର ଯୁଧିଷ୍ଠିର ମେହେର, କଳାପାଣି କଲେଜ ଅଧ୍ୟକ୍ଷ ମୋହନ ସାହୁ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ଏହି FM ରିଲେ କେନ୍ଦ୍ରକୁ ଯଥା ଶୀଘ୍ର ଆକାଶବାଣୀ କେନ୍ଦ୍ର ରୂପେ ରୂପାନ୍ତରିତ କରି ଏଠାରେ ସ୍ଥାନୀୟ କଳାକାରଙ୍କୁ ନେଇ କାର୍ଯ୍ୟକ୍ରମ ପ୍ରଚାର କରିବାକୁ ଆକାଶବାଣୀ ଶ୍ରୋତା ସଂଘ ପକ୍ଷରୁ ୧ ସ୍ମାରକ ପତ୍ର ସାଂସଦ ଶ୍ରୀ ପୂଝରୀଙ୍କୁ ପ୍ରଦାନ କରାଯାଇଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯୧ଟି ୧୦୦ ୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର୍‌ର ଲୋକାର୍ପଣ କରିସାରିଛନ୍ତି । ଯାହା ରିଲେ ସେଣ୍ଟର ଭାବେ କାର୍ଯ୍ୟ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ