Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ବିଜେଡି ଦଳ ପକ୍ଷରୁ ମୋହନା ରେ ବ୍ଲକ ସ୍ତରୀୟ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୯/୧୦(, ଗରୁଡ଼ ଧ୍ୱଜ ଚୌଧୁରୀ)ଆଜି ଗଜପତି ଜିଲ୍ଲା ମୋହନା ଠାରେ ବ୍ଲକ ସ୍ତରୀୟ ବିଜେଡି ଦଳର ଜନ ସମ୍ପର୍କ ପଦଯାତ୍ରା ପ୍ରତି ବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ନେତୃତ୍ଵ ନେଇଥିଲେ ବିଜେଡି ର ଜିଲ୍ଲା ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜନ ସମ୍ପର୍କ ପଦଯାତ୍ରା ରେ ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ବିଜେଡି ର ଆଗଧାଡିର ନେତା ତଥା ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ସମେତ ଜିଲ୍ଲା କର୍ମକର୍ତ୍ତା ଏବଂ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଙ୍କ ସହ ହଜାର ହଜାର କର୍ମୀ ସଙ୍ଗେ ମହିଳା, ଯୁବ ବିଜେଡି କର୍ମ କର୍ତ୍ତା ଏହି ପଦଯାତ୍ରା ରେ ଭାଗ ନେଇ ବିଜେପି ସରକାର ର ଅପାରଗତା, ମହିଳା ଙ୍କୁ ଠକି ଥିବା ସରକାର ସମାଲୋଚନା କରିଥିଲେ। ଏହା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ପୁଣି ନବୀନ ସରକାର ନିଶ୍ଚୟ ଓଡ଼ିଶା ରେ ଶାସନ କରିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ନିଜ ବକ୍ତବ୍ୟରେ କହିଥିଲେ ମୋହନ ସରକାର ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ଗୁଡ଼ିକ ପାଳନ କରିବା ନିମନ୍ତେ ଜନ ସାଧାରଣ ଙ୍କୁ ସଚେତନ କରାଇବା ସହ ସରକାର ଙ୍କ ନିକଟରେ ଦାବି କରିଥିଲେ।