Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରାପଲ୍ଲୀ ଉଚ୍ଚ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା

କରାପଲ୍ଲୀ:କରାପଲ୍ଲୀଉଚ୍ଚ ବିଦ୍ୟାଳୟରେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ଏସ. ମେନକା ରେଡି, ସମାଜସେବୀ ଏସ. ଧର୍ମରାଜ୍ ରେଡି, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ର ସାଧାରଣ ସମ୍ପାଦକ ପ୍ରଶାନ୍ତ ପତି,ଜୋନାଲ ସମ୍ପାଦକ ବିପ୍ର ଚରଣ ସାହୁ,ଶିକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଶିବାନନ୍ଦ ମିଶ୍ର, ପ୍ରମୋଦ ପଟନାୟକ, ସୁଶାନ୍ତ ନାୟକ,କିରାଣୀ ଯୋଗେନ୍ଦ୍ର ସ୍ବାଇଁ, ପଞ୍ଚାୟତ କାର୍ଯନିର୍ବାହୀ ଅଧିକାରିଣୀ ସୁଜାତା ପଟନାୟକ ପ୍ରମୁଖ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ବିଦ୍ୟାଳୟର ପିଅନ ଶିବ ରାମ ସାବତ ଙ୍କ ଗୁଣ ଗାନ କରିଥିଲେ। ଅବସର ଗ୍ରହଣ କରିଥିବା ପିିଅନ ଶ୍ରୀ ସାବତ ଗତ ୧୯୯୨ ମସିହା ରୁ ପିଅନ ଭାବେ ବିଦ୍ୟାଳୟ ରେ କାର୍ଯ୍ୟ କରି ଆସୁଥିଲେ। ସେ ଛାତ୍ର ଛାତ୍ରୀ ଙ୍କୁ ନିଜ ପୁଅ ଝିଅ ଭଳିଆ ଆଚରଣ କରିିବା ସହ ବିଦ୍ୟାଳୟ ପାଇଁ ଦୀର୍ଘ ୩୧ ବର୍ଷ ସେବା ଦେଇ ଆସୁଥିଲେ। ସେ (ଭାଇନା) ନାମରେ ବିଦ୍ୟାଳୟ ସମେତ ଅଭିଭାବକ ପରିଚିତ ଥିଲେ।ତାଙ୍କୁ ଆଜି ବିଦାୟ କାଳୀନ ଅବସରରେ ଉପଢ଼ୌକନ, ମାନପତ୍ର ସହ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା।ଏଥିରେ ଛାତ୍ର ଛାତ୍ରୀ,ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories