Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲ୍ୟାମ୍ପସ୍ ପରିଚାଳନା ସମିତି ବୈଠକ…ରୁଣ ଆଦାୟ ସହ ମାଣ୍ଡିଆ ମଣ୍ଡି ଉପରେ ଗୁରୁତ୍ବ….

ଲକ୍ଷ୍ମୀପୁର:କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଲ୍ୟାମ୍ପସ୍ ର ପରିଚାଳନା ସମିତି ବୈଠକ ଲ୍ୟାମ୍ପସ ପରିସର ରେ ଅନୁଷ୍ଟିତ ହୋଇଯାଇଛି।ଲ୍ୟାମ୍ପସ୍ ଶାଖାପରିଚାଳକ ଗୋପାଳ କୃଷ୍ନ ଆଚାର୍ଯ୍ୟଙ୍କ ପରିଚାଳନାରେ ଅନୁଷ୍ଟିତ ବୈଠକରେ ଲ୍ୟାମ୍ପସ ସଭାପତି ରାଧେଶ୍ୟାମ ଜାନି ,କେସିସି ବ୍ୟାଙ୍କ ଶାଖା ପରିଚାଳକ ସୂର୍ଯ୍ୟ ମହାନ୍ତି ,ନିର୍ଦେଶକ ଝିନ ହିକକା ଙ୍କ ସମେତ ପରiଚାଳନା କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ। ବୈଠକ ଆରମ୍ଭରୁ ପୁର୍ବ ବୈଠକର ନିର୍ଦ୍ଧାରଣମାନ ପଠନ ଓ ଅନୁମୋଦନ ଲ୍ୟାମ୍ପସ୍ ର ଆୟ ବ୍ୟୟ ସମ୍ପର୍କରେ ଶାଖାପରିଚାଳକ ସୂଚାଇଥିଲେ।ଉପସ୍ତିତ ଥିବା ୧୪ ଜଣ ନିର୍ଦେଶକ ମାନଙ୍କ ସହ ଦିର୍ଘ ସମୟ ଧରି ଆଲୋଚନା କରାଯାଇଥିଲା।୫ବର୍ଷ ହେଲା ଲ୍ୟାମ୍ପସ କର୍ମଚାରୀଙ୍କ ଦରମା ବୃଦ୍ଦି କରାଯାଇନାହିଁ,ତେଣୁ ଦରମା ବୃଦ୍ଦି କରାଯିବା ସକାଶେ ଏକ ପ୍ରସ୍ତାବ ଗୃହିତ କରାଯାଇଥିବା ବେଳେ ଲ୍ୟାମ୍ପସ ମାଧ୍ୟମରେ ଏକ କୋଟିରୁ ଉର୍ଧ ଟଙ୍କା ସାଧାରଣ ଲୋକେ କୃଷି ଓ ବ୍ୟବସାୟୀ ରୁଣ ନେଇ ପରିଶୋଧ କରୁନଥିବା ରୁ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଲ୍ୟାମ୍ପସ୍ ଜରିଆରେ ବର୍ତମାନ ୬୦ ଲକ୍ଷ ଟଙ୍କା ଦେଣନେଣ ଚାଲୁଥିବା ବେଳେ ଆନେକ ଗ୍ରାହକ ଡିଫଲ୍ଟର୍ ଥିବାରୁ ସେମାନଙ୍କ ପ୍ରଥମେ ରୁଣ ପରିଶୋଧ ସକାଶେ ଶେଷ ସୁଯୋଗ ଦିଆଯାଉ,ନଚେତ ଆଇନ ର ଆଶ୍ରୟ ନିଆଯାଉ ବୋଲି ନିର୍ଦେଶକ ପରମେଶ୍ବର ସାହୁ , ପଞ୍ଚାନନ ଟାକ୍ରୀ,ସୁବାସ ସାହୁ ,ପରମା ଖରା ପ୍ରମୁଖ ପ୍ରକାଶ କରିଥିଲେ। ଲ୍ୟାମ୍ପସ୍ ର ଆର୍ଥିକ ସ୍ତିତିର ଉନ୍ନତି ସକାଶେ କିଛି ନୂଆ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ।ମାଣ୍ଡିଆ ମଣ୍ଡି ଲ୍ୟାମ୍ପସ୍ ଜରିଆରେ କରାଯାଇ ମାଣ୍ଡିଆ କିଣାଯାଉଥିଲା,କିନ୍ତୁ ଚଳିତ ବର୍ଷ ମାଣ୍ଡିଆ ମଣ୍ଡି ମଧ୍ୟ ଦିଆଗଲା ନାହିଁ,ତେଣୁ ଆସନ୍ତା ବର୍ଷ ଯେମିତି ମାଣ୍ଡିଆ ମଣ୍ଡି ଯେମିତି ଲ୍ୟାମ୍ପସ ଯରିଆରେ କରାଯିବ ସେଥି ସକାଶେ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ପ୍ରଦାନ କରାଯିବା ସକାଶେ ପ୍ରସ୍ତାବ ଦିଆଯାଇଥିଲା।ଲ୍ୟାମ୍ପସ ଜରିଆରେ ଏକ ସୁଲଭ ଦୋକାନ,ପିଡିଏସ୍ ଚାଉଳ ବଣ୍ଟନ,ଗୋଦାମ ଗୃହ ସକାଶେ ଜମି ଅଧିଗ୍ରହଣ,ନିର୍ଦେଶକ ମାନଙ୍କ ବୈଠକ ଅଧିବେସନ ଟଙ୍କା ବୃଦ୍ଦି,ଦିଆଯାଇଥିବା ରୁଣ ଆଦାୟ ,ପାଣି କନେକସନ୍ ଓ ଲ୍ୟାମ୍ପସ ସମ୍ମୁଖରେ ଫେଭର୍ ବ୍ଲକ କରାଯିବା ସକାଶେ ପ୍ରସ୍ତାବ ଗୁଡିକ କୁହାଯାଇଥିଲା।ବୈଠକରେ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଉପସ୍ତିତ ରହିଥିଲେ।