Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତର୍ନିହିତ ଲୁକ୍କାୟିତ ପ୍ରତିଭା କୁ ପ୍ରସ୍ଫୁଟିତ କରୁଛି ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ, କୋକସରା ବ୍ଲକ ସ୍ତରୀୟ ସୁରଭି ମନ ମୋହିଲା।

କଳାହାଣ୍ଡି:୦୧/୧୧
ଖବରଦାତା—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ସୁରଭି ଓ କଳା ଉତ୍ସବ ଶନିବାର କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମହୋତ୍ସବ ର ପ୍ରଥମ ଅଧିବେଶନ ରେ କୋକସରା ନୋଡାଲ ସିଆରସି ବୈକୁଣ୍ଠ ଜାଲ ଙ୍କ ମଞ୍ଚ ପରିଚାଳନା ଓ ବିଇଓ ସୁଶ୍ରୀ ରଶ୍ମିତା ନେତମ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ସୁବ୍ରତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ଏବିଇଓ ଆଲୋରାଣୀ ହଲଦାର, ବରିଷ୍ଠ ଶିକ୍ଷକ ସଞ୍ଜୀବ କୁମାର ପାଢୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ର ଏକ ସୋପାନ ହେଉଛି ସୁରଭି କାର୍ଯ୍ୟକ୍ରମ କଳା ସହ ଅନ୍ୟାନ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀ ଙ୍କ ଅନ୍ତର୍ନିହିତ ବିକାଶ କୁ ଗୁରୁତ୍ୱ ଦେଇ ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭା କୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ବୋଳି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ରେ ବିଇଓ ରଶ୍ମିତା ନେତମ, ବିଆରସିସି ତୋଫାନ ମାଝୀ,ବରିଷ୍ଠ ଶିକ୍ଷକ ଲକ୍ଷ୍ମଣ ପଟେଲ,ସଞ୍ଜୀବ କୁମାର ପାଢୀ ଉପସ୍ଥିତ ରହି ବିଭିନ୍ନ ବର୍ଗ ରେ କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ର ପରିଶେଷରେ ଛାତ୍ରଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଶିଶୁ ମହୋତ୍ସବ ସୁରଭି ରେ ପ୍ରତିଭାବାନ ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବେ।କାର୍ଯ୍ୟକ୍ରମ କୁ ଗୋଷ୍ଠି ଶିକ୍ଷା ବିଭାଗ ର ସମସ୍ତ ସିଆରସି ଓ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।