Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ମଧୂବାବୁ ଜୟନ୍ତୀ ପାଳିତ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ଆଇଏଏମ୍ ସ୍କୁଲ୍ ପରିସର ରେ ମଧୂ ବାବୁ ଙ୍କ ଜୟନ୍ତୀ ପାଳନ କରାଯାଇଛି। ବିଦ୍ୟାଲୟର ପ୍ରିନିସପାଲ୍ ସେବକ ବାଘ ଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଶାଖା ପତିଚାଳକ ଇଷ୍ଟ ସଗରିଆ,ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ର ଉପସଭାପତି ଶ୍ରୀବସ୍ଚ ଖରା ଓ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ପରମେଶ୍ବର ସାହୁ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଅତିଥି ମାନଙ୍କ ଦ୍ବାରା ମଧୂବାବୁ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ଧୁପ ଦିପ ଦେଇ ପୂଜାର୍ଚନା କରାଯାଇଥିଲା।ପୂଜାର୍ଚନା ପରେ ଅତିଥି ମାନେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।ମଧୂବାବୁ ଙ୍କ ସକାଶେ ଓଡିଶା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ଭୂମିକା ସହ ତାଙ୍କ ଜନ୍ମତିଥି ଙ୍କୁ କାହିଁକି ସ୍ବାଭିମାନ ଦିବସ ରୁପେ ପାଳଣ କରାଯାଉଛି ସେ ସମ୍ପର୍କରେ ପ୍ରକାଶ କରାଯାଇଥିଲା।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ମୂଖ୍ଯ ପୁରୋଧା ତଥା ଓଡ଼ିଆ ଜାତି ଓ ଭାଷା ର ପ୍ରାଣ ପ୍ରତିଷ୍ଠାତା ମହାନ ଜନନାୟକ, ବିଚକ୍ଷଣ ଆଇନଜିବୀ ,ସ୍ୱାଧିନତା ସଂଗ୍ରାମୀ ,ସ୍ବାଭିମାନ ର ପ୍ରତୀକ ମହାପୁରୁଷ ତଥା ରାଜନିତିଞ ଭାବେ ଉତ୍କଳ ଗୌରବ ସ୍ୱର୍ଗତ ମଧୁସୂଦନ ଦାସ ଥିଲେ ବୋଲି ମୁଖ୍ୟବକ୍ତା ପ୍ରକାଶ ଶ୍ରୀ ସାହୁ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ଅଭିଭାବକ ଅଭିଭାବିକା ଓ କୁନି କୁନି ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ।