Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେରୁବନ୍ଧ ପାହାଡ଼ ରୁ ବକ୍ସାଇଟ ଖନନ ପୁର୍ବରୁ ଏକତ୍ରିତହେଲେ କ୍ଷତିଗ୍ରସ୍ତ ଗ୍ରାମବାସୀ ।

ପଟ୍ଟାଙ୍ଗି୦୩/୧୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସେରୁବନ୍ଧ ପାହାଡ଼ ରୁ ବକ୍ସାଇଟ ଖନନ ପୁର୍ବରୁ ଦୁଇ ବ୍ଲକ ଯଥା ଉକ୍ତ ବ୍ଲକ ସହ ଶେମିଳିଗୁଡା ବ୍ଲକର କ୍ଷତିଗ୍ରସ୍ତ ଗ୍ରାମବାସୀ ଏକାଠି ହୋଇ ମୋଟର ସାଇକେଲ ରାଲି ମାଧ୍ୟମରେ ବିଖୋଭ କରିଥିବା ସହ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ତିନି ପୃଷ୍ଠା ଦାବିପତ୍ର ପ୍ରଦାନ କରିଛନ୍ତି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଥିଲା ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ମାଳିପୁଟ ପଞ୍ଚାୟତ ସିପାଇପୁଟ ଗ୍ରାମରେ । ସୂଚନା ମୁତାବକ ଉକ୍ତ ଗ୍ରାମରେ ଦୁଇ ବ୍ଲକର ୦୬ଟି ଯଥା ପଟ୍ଟାଙ୍ଗି ର କୋଟିଆ , ନୂଆଗାଁ , ମାଳିପୁଟ ଓ ପଟ୍ଟାଙ୍ଗି । ସେହିପରି ଶେମିଳିଗୁଡା ର ଖୁଡି ଏବଂ ସୋରିଷପଦର ପ୍ରମୁଖ ପଞ୍ଚାୟତ ର ୪୧ ଟି ଗ୍ରାମର କ୍ଷତିଗ୍ରସ୍ତ ଗ୍ରାମବାସୀ ଏକାଠି ହୋଇ ଆୟୋଜିତ ବିଶାଳ ମୋଟର ସାଇକେଲ ରାଲିରେ ଅଂଶଗ୍ରହଣ କରିଥିଲେ ।
ଏହିପରି କି ଉକ୍ତ ରାଲି ସିପାଇପୁଟ ରୁ ବାହାରି ପଟ୍ଟାଙ୍ଗି ରେ ପହଞ୍ଚି ତହସିଲ କାର୍ଯ୍ୟାଳୟ ତହସିଲଦାର ଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀ ଅର୍ଥାତ ବଡବାଵୁ ବିଳାସ ଭତ୍ରା ଙ୍କୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ତିନି ପୃଷ୍ଠା ବିଶିଷ୍ଟ
ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ମୋଟର ସାଇକେଲ ରାଲି ଉକ୍ତ ସ୍ଥାନରୁ ବାହାରି ନୂଆଗାଁ ପଞ୍ଚାୟତ
ହୋଇ କୋଟିଆ ପଞ୍ଚାୟତ ର କୁରୁଡିପଦର ଗ୍ରାମ ଛକରେ ବାହାରି ଦେଓମାଳି ଛକ ହୋଇ ଥୁରିଆ , କୁନ୍ଦୁଲି ହାଟପଦା ରେ ବାହାରି ପୁଣି ସିପାଇପୁଟ ରେ ପହଞ୍ଚିଥିଲେ । ଏଠାରେ ସୂଚନା ଥାଉକି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରା ଯାଇଥିବା ଦାବିପତ୍ର ପଞ୍ଚମ ତଫସିଲଭୁକ୍ତ ଅଞ୍ଚଳର ଆଦିବାସୀ ଙ୍କ ଜୀଵନ ଜୀବିକା ଓ ସ୍ୱାସ୍ଥ୍ୟକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ସେରୁବନ୍ଧ ପାହାଡ଼ ବକ୍ସାଇଟ ଖଣିକୁ ରାଷ୍ଟ୍ରାୟତ ଉଦ୍ୟାଗ ନାଲକୋ କୁ ହସ୍ତାନ୍ତର କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରା ଯାଇଥିବା ସହ କ୍ଷତିଗ୍ରସ୍ତ ଗ୍ରାମବାସୀ ର ଜୀବନ ଜୀବିକା କିଏ ପ୍ରଦାନ କରିବ ବୋଲି ଉଲ୍ଲେଖ ରହିଥିବା ସହ ଜମି ହିନ ପରିବାର ବର୍ଗଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରି ପରବର୍ତ୍ତୀ ସମୟରେ କମ୍ପାନୀ ଉଦେଶ୍ୟ ରେ ହସ୍ତାନ୍ତର କରିବା ଏହା କେଉଁ ନିୟମ ବୋଲି ପ୍ରଶ୍ନ ଉଠାଇ ଉକ୍ତ ପଟ୍ଟା କୁ ପେସା ଆଇନ ଲାଗୁ କରିବା କୁ ଦାବି କରିଥିଲେ ସେହିପରି ଆମେ ସତକଡା ୮୫ ପ୍ରତିସତ ଭାଗ ଗ୍ରାମବାସୀ ଉକ୍ତ ପାହାଡ଼ ରେ ଚାଷ କରି ପରିବାର ଭରଣ ପୋଷଣ କରୁଛୁ । ସେରୁବନ୍ଧ ପାହାଡ଼ ରେ ଭରି ରହିଥିବା ବକ୍ସାଇଟ ଖଣି ଖନନ କରାଗଲେ ସମସ୍ତ ଗ୍ରାମବାସୀ ପ୍ରଭାବିତ ହେବା ସହ ବେରୋଜଗାର ହେବୁ । ଜଳ ଜମି ଜଙ୍ଗଲ ବିନା ଆଦିବାସୀ ବଞ୍ଚିବା କଷ୍ଟକର । ତେଣୁ ଖଣି ଖନନ କଲେ ଝରଣା ପାଣି ସୁଖିବା ସହ ଚାଷ କ୍ଷେତ୍ରରେ ଅନେକ କ୍ଷତିଗ୍ରସ୍ତ ହେବା ସହ ଜାତୀୟ ପଶୁପକ୍ଷୀ ବାସ ହରା ହେବା ସହିତ ଔଷଧୀୟ ଗଛ ନଷ୍ଟ ଲୋପ ପାଇବ । ବୋଲି ଉଲ୍ଲେଖ ରହିଥିବା ସହ ଏହିପରି ବିଖୋଭ କମ୍ପାନୀ ପକ୍ଷରୁ ହୋଇଥିବା ଗ୍ରାମସଭା ସମୟରେ ଓ ପୁର୍ବରୁ ବିରୋଧ କରା ଯାଇଥିବା ବେଳେ ଏହା ବଳ ପୁର୍ବକ ଭାବେ ଗ୍ରାମସଭା ରେ ପାରିତ କରି ଆମ ମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇଛି ବୋଲି ଉଲ୍ଲେଖ କରିଥିବା ଦେଖିବା କୁ ମିଳିଥିଲା । ଏହି ସମୟରେ ମାଳି ପର୍ବତ ସୁରକ୍ଷା ସମିତି ସଭାପତି ବିଜୟ ଖିଲ , କୋରାପୁଟିଆ ଜନ ସୁରକ୍ଷା ସମିତି ସଭାପତି ଦାଶି ନନ୍ଦି ବାଲି , ସେରୁବନ୍ଧ ସୁରକ୍ଷା ସମିତି ସଭାପତି ରବି ଖରା , ନୂଆଗାଁ ସରପଞ୍ଚ ସରପଞ୍ଚ ସୁବାଷ ଖରା , ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ , ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା , ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ୍ , ସମିତି ସଭ୍ୟା ଶିବାନୀ ନାୟକ , ଭଗବାନ ଗଲୋରି , ନୂଆଗାଁ ପୁର୍ବତନ ସରପଞ୍ଚ ସିତ୍ରୁ ପାଙ୍ଗି , ସୁନିଲ ଖରା , ମାଳିପୁଟ ପୁର୍ବତନ ସରପଞ୍ଚ ସାଦୁ ଗୁଣ୍ଠା ପ୍ରମୁଖ ଙ୍କ ସମେତ ବିଭିନ୍ନ ଗ୍ରାମର ନାୟକ ଙ୍କ ସହ କ୍ଷତିଗ୍ରସ୍ତ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ ।