Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ପିଜି କାଉନସିଲ ଅଧ୍ୟକ୍ଷ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା।

ଗୋପାଳପୁର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ପିଜି କାଉନସିଲ ଅଫିସ ପରିସର ରେ ଥିବା ସଭା ଗୃହରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସଂଘର ସଭାପତି ଡ଼ଃ ସିଦ୍ଧାର୍ଥ ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ଙ୍କୁ କାର୍ଯ୍ୟ କଳlପ ଉପରେ ଉଚ୍ଚ ପ୍ରଶଂସା କରିବା ସହ ଆବଶ୍ୟକ ବେଳେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ଓ ଗବେଷଣା ଉପରେ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ।ସଂଘର ସମ୍ପାଦକ ଡ଼ଃ ସଦାନନ୍ଦ ନାୟକ ସଭା ପରିଚାଳନା କରିଥିଲେ। ଅବସର ଗ୍ରହଣ କରୁଥିବା ସାମୁଦ୍ରିକ ବିଜ୍ଞାନ ବିଭାଗ ବିଭାଗୀୟ ମୁଖ୍ୟ ତଥା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ୧୯୮୭ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ।ପ୍ରାୟ ୩୬ ବର୍ଷ କାର୍ଯ୍ୟରତ ଥିଲେ।ଇତି ମଧ୍ୟରେ ସେ ସିନେଟ୍ ସଭ୍ୟ,ସିଣ୍ଡିକେଟ ସଭ୍ୟ, ସି ଡି ସି ନିର୍ଦ୍ଦେଶକ, ଏଚ ଆର ଡି ସି ନିର୍ଦ୍ଦେଶକ, ଡିନ,ଭlରପ୍ରlପ୍ତ କୁଳସଚିବ,ପିଜି କାଉନସିଲ ଅଧ୍ୟକ୍ଷ ଭାବେ ଦାୟିତ୍ଵ ରେ ରହି ସୁଚାରୁ ରୁପେ କାର୍ଯ୍ୟ ତୁଲାଇଥିଲେ।ସେ ଜଣେ ଦକ୍ଷ ପ୍ରସlସକ, ଗବେଷକ , ଛାତ୍ର ବତ୍ସଳ, ମେଳାପି ଥିଲେ। ପ୍ରଫେସର୍ ମାନସ ପାତ୍ର,ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ,ପ୍ରଫେସର୍ ପୁଷ୍ପାଞ୍ଜଳି ସାମନ୍ତରାୟ,ପ୍ରଫେସର ବିଭୂତି ଭୂଷଣ ମହାପାତ୍ର,ପ୍ରଫେସର ସୁଶାନ୍ତ କୁମାର ବରାଳ,ଡ଼ଃ ଜେ.କେ. ସେଠ୍ ପ୍ରମୁଖ ତାଙ୍କ କାର୍ଯ୍ୟକାଳ ସମୟର ଗୁଣ ଗାନ କରିବା ସହ ଅବଶିଷ୍ଟ ଜୀବନ ସୁଖ ମୟ ଆରୋଗ୍ୟ କାମନା କରିଥିଲେ।ଡ଼ଃ ସତ୍ୟ ନାରାୟଣ ସାହୁ ମାନପତ୍ର ପଠନ କରିଥିଲେ। ଏହି ଅବସର ରେ ପ୍ରଫେସର ପ୍ରତାପ କୁମାର ମହାନ୍ତି ଙ୍କୁ ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସଂଘର ସହ ସମ୍ପାଦକ ଡ଼ଃ ଶଙ୍କର୍ଷଣ ମଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ ପ୍ରଫେସର ଗଣେଶ ସେଠୀ,ଡ଼ଃ ବନ୍ଦିତା ପଣ୍ଡା,ଡ଼ଃ ଲକ୍ଷ୍ମୀ ଧର ରାଉତ,ଡ଼ଃ ପଦ୍ମ ନାଭ ସାମନ୍ତ, ଡ଼ଃ ଜେ.କେ. ସେଠ୍, ପ୍ରଫେସର ସ୍ମୃତି ଦାଶ,ଡ଼ଃ ଚିନୁ ବୈଦାର ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories