Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ ସମ୍ପର୍କ ପଦଯାତ୍ରା ପାଇଁ ବିଜେଡି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କଳାହାଣ୍ଡି:୦୫/୧୧
ଜନ ସମ୍ପର୍କ ପଦଯାତ୍ରା ପାଇଁ ମଙ୍ଗଳବାର କୋକସରା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପୂର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ,ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ତ୍ରିନାଥ ବାଗ ସମେତ ୨୨ ବ୍ଲକ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଆସନ୍ତା ୯ ତାରିଖ ଶନିବାର ଦିନ କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ରୁ ଧର୍ମଗଡ ବ୍ଲକ ବେହେରା ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା କରିବା ପାଇଁ ଜିଲ୍ଲା ସଭାପତି ଶ୍ରୀ ସିଂଦେଓ ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ରେ ବିଜେଡି ନେତା ରାଜେନ୍ଦ୍ର ନାଏକ, ହରେକୃଷ୍ଣ ନାଏକ, ପ୍ରଶାନ୍ତ ତିବାରୀ, କୁମୁଦ ଚନ୍ଦ୍ର ବେହେରା,ଧର୍ମାନନ୍ଦ ନାଏକ, ମନୋରଞ୍ଜନ ବାଣୁଆ, ଅଶୋକ ପୁଝାରି, ହେମନ୍ତ ବାଣୁଆ,ସୁରେଶ ସାହୁ, ବିଜୟ ପଣ୍ଡା, ବିନୋଦ ସିଂ, ହେମନ୍ତ ବାଣୁଆ,ଶଶାଙ୍କ ପୁରୋହିତ, ମହେଶ ଗୁପ୍ତା, ଘନଶ୍ୟାମ ଜାଲ,ଚୌଧୁରୀ ଦୁର୍ଗା ଓ ଶତାଧିକ କର୍ମି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ