Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଆପାତକାଳୀନ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୫/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ଗଜପତି ଜିଲ୍ଲାରେ ଥିବା ସମସ୍ତ ପେଟ୍ରୋଲ, ଗ୍ୟାସ ମାଲିକ ଓ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲ ବୃହତ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ମାନଙ୍କରେ ରସାୟନିକ ଦୁର୍ଘଟଣାକୁ କିପରି ମୁକାବିଲା କରିବା ଏବଂ ଆଗୁଆ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲା ଆପାତକାଳୀନ ବିଭାଗ କାର୍ଯ୍ୟ କରୁଅଛି । ସେହିଭଳି ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ପେଟ୍ରୋଲ ଓ ଗ୍ୟାସ ଶିଳ୍ପ ସଂସ୍ଥାର କର୍ତୃପକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ । ଅଫସାଇଟ୍ ଏମରଜେନ୍ସି ପ୍ଲାନ୍ ପ୍ରସ୍ତୁତ ରଖିବା, ଅବିଛିନ୍ନ ଭାବେ ରାଜ୍ୟ ଓ କେନ୍ଦ୍ର କ୍ରାଇସେସ୍ ଗୃପକୁ ସୂଚନା ପଠାଇବା , ମକଡ୍ରିଲ୍ କରିବା, ବୃହତ ଶିଳ୍ପର ଆଖପାଖ ଅଞ୍ଚଳ ବାସିନ୍ଦା ମାନଙ୍କୁ ରସାୟନିକ ଦୁର୍ଘଟଣାର ଭୟାବହତା ଓ ଏହାର ମୁକାବିଲା କରିବା ନିମନ୍ତେ ସଚେତନତା କରାଇବା ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା କହିଥିଲେ ଯେ, ସମସ୍ତ ଶିଳ୍ପ କର୍ତୃପକ୍ଷ ମାନେ ରସାୟନିକ ଦୁର୍ଘଟଣାକୁ ଏଡାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଅଧିକ ସୁରକ୍ଷା ପାଇଁ କଂଟ୍ରୋଲରୁମ୍ ର ଆବଶ୍ୟକତା ରହିଛି ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ କହିଥିଲେ। ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍, ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ,ଇଣ୍ଡିଆନ୍ ଓଏଲ୍ କର୍ପୋରେସନ୍ ଲିମିଟେଡ୍ ର ପ୍ରତିନିଧିମାନେ ଯୋଗଦେଇ ରସାୟନିକ ଦୁର୍ଘଟଣାକୁ କିପରି ରଖାଯାଇ ପାରିବ ସେ ଉପରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ସେଥି ମଧ୍ୟରୁ ପେଟ୍ରୋଲିୟମ କିମ୍ବା ଗ୍ୟାସ ସ୍ଥାନାନ୍ତରିତ କରିବା ସମୟରେ ଗାଡ଼ିର ମାନ ଯାଞ୍ଚ କରିବା, ଚାଳକର ଲାଇସେନ୍ସ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଉପରେ କିପରି ନଜର ରଖିହେବ ସେ ସଂପର୍କରେ ଅବଗତ କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ,ଡେପୁଟି କଲେକ୍ଟର ଶ୍ରୀ କମଳ କାନ୍ତ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ, ଶ୍ରୀ ବନିତ ଷଡ଼ଙ୍ଗୀ,ସହକାରୀ ନିର୍ଦ୍ଦେଶକ ଇସ୍ପାତ ଓ ବଏଲର ଡ଼ିଭିଜନ ରାୟଗଡ଼ା, ଶ୍ରୀ ପ୍ରଦୋଷ ଶତପଥି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ମ୍ୟାନେଜର,ଜିଲ୍ଲା ଅଗ୍ନିଶମ ଅଧିକାରୀ ଓ ସମସ୍ତ ଶିଳ୍ପ,ଗ୍ୟାସ ଓ ପେଟ୍ରୋଲିୟମ ର ମାଲିକ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories