Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେବୁଲ ଟେନିସ୍ ଖେଳରେ ପୁକାଲି ନୋଡ଼ାଲ ହାଇସ୍କୁଲ ଛାତ୍ର ଅଭିଷେକ ଜିଲ୍ଲାରୁ ଜାତୀୟ ସ୍ତରକୁ ମନୋନୀତ

ପଟ୍ଟାଙ୍ଗି୦୫/୧୧ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଠାରୁ ଆରମ୍ଭ କରି ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ ଓ ସବୁଠାରୁ ବେଶୀ ଖେଳ ଶିକ୍ଷକ ଙ୍କ ମାର୍ଗଦର୍ଶନ ଯୋଗୁଁ ଆଜି ବ୍ଲକ ରୁ ଜିଲ୍ଲା ଏବଂ ପୁଣି ଜାତୀୟ ସ୍ତରରେ ପହଞ୍ଚିବା ସମ୍ଭବ ହୋଇପାରିଛି ବୋଲି ଜିଲ୍ଲା ସ୍ତରୀୟ ଟେବୁଲ ଟେନିସ୍ ଖେଳରେ ଭାଗ ନେଇ ଥିବା ଜଣେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ର ଗଣମାଧ୍ୟମ କୁ ନିଜର ମତପ୍ରକାଶ କରିଛନ୍ତି । ଏହିପରି ଦୃଶ୍ୟ ବର୍ତ୍ତମାନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ପୁକାଲି ନୋଡ଼ାଲ ହାଇସ୍କୁଲ ରେ ନବମ ଶ୍ରେଣୀରେ ପଢୁଥିବା ଛାତ୍ର ଅଭିଷେକ ଦୋରା ଙ୍କ କ୍ଷେତ୍ରରେ ଦେଖିବା କୁ ମିଳିଛି । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟ ର ତିନି ଛାତ୍ର ଯଥା ଅଭିଷେକ ଦୋରା , ଶଙ୍କର ଲିୟା ଓ ନାଗେଶ ପାମିୟା ପ୍ରମୁଖ ତିନି ଛାତ୍ର ଗତଦିନରେ ଦାମନଯୋଡି ରେ ହୋଇଥିବା ଜିଲ୍ଲା ସ୍ତରରେ ଟେବୁଲ୍ ଟେନିସ୍ ଖେଳରେ ଅଂଶଗ୍ରହଣ କରି ଗତ ୦୨ ରୁ ୦୪ ତାରିଖ ଯାଏଁ ବଲାଙ୍ଗୀର ଜିଲ୍ଲାରେ ହେଉଥିବା ରାଜ୍ୟ ସ୍ତରୀୟ ଉକ୍ତ ଖେଳରେ ଅଂଶଗ୍ରହଣ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଖେଳରେ ଉପରୋକ୍ତ ତିନି ଛାତ୍ର ଙ୍କ ମଧ୍ୟରୁ ଅଭିଷେକ ଦୋରା ଜାତୀୟ ସ୍ତର କୁ ମନୋନୀତ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରୁ ଉକ୍ତ
ଛାତ୍ର ଙ୍କୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚି ଥିବା ସହ ବିଦ୍ୟାଳୟରେ
ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ । ଅନ୍ୟପକ୍ଷରେ ଜାତୀୟ ସ୍ତରୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଡାମନ୍ ଟିୟୁ ରେ ଆସନ୍ତା ତୃତୀୟ ସପ୍ତାହ ରେ ହେବା କୁ ଥିବାବେଳେ ଏହାକୁ ନେଇ ଅଭିଷେକ ନିଜର practice କୁ ଗୁରୁତ୍ୱ ଦେଇ କୋରାପୁଟ ଜିଲ୍ଲା ରୁ ଟେବୁଲ୍ ଟେନିସ୍ ଖେଳର ରାଜ୍ୟ ଅଧିକାରୀ ଚନ୍ଦ୍ରଶେଖର ପଟ୍ଟନାୟକ ଏବଂ ନିଜ ବିଦ୍ୟାଳୟର ଖେଳ ଶିକ୍ଷକ ଅର୍ଜୁନ ଦାସ ପ୍ରମୁଖ ଙ୍କ ଦିଗଦର୍ଶନ କୁ ଗୁରୁତର ଭାବେ ଗ୍ରହଣ କରି ନିଜର ପ୍ରସ୍ତୁତି କୁ ଆଗେଇ ନେଇଥିବା ଜଣାପଡିଛି । ସେପଟେ ଅଭିଷେକ ଙ୍କ ଏହିପରି ଚୟନ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରେରଣା ଦେଇଥିବା ବେଳେ ନିଜ ଜିଲ୍ଲା , ବ୍ଲକ ଓ ବିଦ୍ୟାଳୟ ଓ ପରିବାର ବର୍ଗଙ୍କ  ପରିଚୟ ସୃଷ୍ଟି କରିଥିବା ରୁ ଏହା ସବୁବେଳେ ପ୍ରେରଣା ହୋଇ ରହିବ ବୋଲି ପୁକାଲି ନୋଡ଼ାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଦିପଶିଖା ବେହେରା ପ୍ରକାଶ କରିଛନ୍ତି ।