Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଙ୍କଡ କୁ ମାରି ଦୁଇ ଗିରଫ।ମୃତ ହନୁ ମାଙ୍କଡ଼ ସହ ମୋଟରସାଇକେଲ କୁ ଜବତ କଲା ଲକ୍ଷ୍ମୀପୁର ବନ ବିଭାଗ

ଲକ୍ଷ୍ମୀପୁର ୦୬/୧୧ ..ମାଂସ ଖାଇବା ଲୋଭ ରେ ଗୋଟିଏ ହନୁ ମାଙ୍କଡ଼କୁ ମାରି ନେଇଁ ଯାଉଥିଲେ ଦୁଇଜଣ ଯୁବକ, ହେଲେ ଏମାନେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡିବା ପରେ ଆଉ ଖସି ପାରିନଥିଲେ, ଶେଷରେ ବନ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ରେ….
ହନୁ ମାଙ୍କଡ଼ ମାରିଦେବା ଅଭିଯୋଗ ରେ ଆଜି ନାରାୟଣପାଟଣା ଖଣ୍ଡିଆ ସାହିର ଦୁଇଜଣଙ୍କୁ ଲକ୍ଷ୍ମୀପୁର ବନ ବିଭାଗ ଗିରଫ କରିଥିବା ରେଞ୍ଜର କୁମାର ଖରା ପ୍ରକାଶ କରିଛନ୍ତି। ଗିରଫ ଦୁଇଜଣ ହେଲେ ସଞ୍ଜୟ ହୁଇକା ଓ ରଞ୍ଜିତ ହୂଇକା। ଦୁହେଁ ଆଜି ସକାଳେ ଏକ ହିରୋ ଡିଲକ୍ସ ଗାଡ଼ିରେ ନାରାୟଣପାଟଣା ରୁ ଆସି ଲକ୍ଷ୍ମୀପୁର ବନ ଦୁର୍ଗା ମନ୍ଦିର ପାଖ ପାହାଡ଼ରେ ଥିବା ମାଙ୍କଡ ମାନଙ୍କୁ ଶିକାର କରିଥିଲେ।ସେଠାରେ ସବୁ ବେଳେ ମାଙ୍କଡ ମାନେ ମନ୍ଦିରରେ ଲୋକେ ପୂଜା କରି ଛାଡିକି ଯାଇଥିବା ଭୋଗ ଖାଇବାକୁ ଗହଳି କରୁଥିବାର ଫାଇଦା ଉଠାଇବାକୁ ଚାହିଁ ଦୁଇ ଯୁବକ ଏକ ମାଙ୍କଡକୁ ପଥର ରେ ମାରି ମାରିଦେଇଥିଲେ।ସେହି ସମୟରେ ମନ୍ଦିର କୁ ସଫା ସୁତୁରା କରୁଥିବା ଜଣେ ଯୁବକ ପହଞ୍ଚି ସନ୍ଦେହ ରେ ଦୁଇଜଣଙ୍କୁ ପଚାରିଥିଲେ,କଣ ପାଇଁ ଠିଆ ହୋଇଛ ବୋଲି ପଚାରିବା ପରେ ସନ୍ଦେହ ହୋଇଥିଲା, ଶେଷରେ ସେମାନେ ମାଙ୍କଡ଼ ମାରିଛୁ ବୋଲି ସ୍ପିକାର କରିବା ପରେ  ବନ ବିଭାଗକୁ ଯୁବକ ଜଣାଇବା ସହ ସେମାନଙ୍କୁ ହସ୍ତାନ୍ତର କରିଥିଲେ।ଏନେଇ ଲକ୍ଷ୍ମୀପୁର ବନବିଭାଗ ଦୁହିଁଙ୍କ ନାମରେ ଏକ ମାମଲା ରୁଜୁ କରି ମୋଟର ସାଇକଲ ଜବତ କରିଥିବା ବେଳେ ମୃତ ମାଙ୍କଡକୁ ବ୍ୟବଚ୍ଛେଦ କରାଇଛି।ଖବର ଲେଖା ଯିବା ପର୍ଯ୍ୟନ୍ତ ସେମାନେ କୁଆଡେ ସେମାନଙ୍କ ନାମ ମିଛ କହୁଥିବା ବେଳେ ଆଧାର କାର୍ଡ ମଗାଯାଇଛି, ଆଧାର କାର୍ଡ ସହ ସମ୍ପୂର୍ଣ ଠିକଣା ଆସିବା ପରେ ସେମାନଙ୍କୁ ବନ୍ୟ ଜନ୍ତୁ ଶିକାର ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ