Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

30ରେ ଓଡିଶା ରାଜ୍ୟ କୃଷକ ସଂଗଠନର ବାର୍ଷିକଉତ୍ସବ

ଅତାବିରା-ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଆଜି ସନ୍ଧ୍ଯାରେ ଓଡିଶା ରାଜ୍ଯ କୂଷକ ସଂଗଠନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ସଂଗଠନର ସଭାପତି ବୀରେନ୍ଦ୍ର କର ଙ୍କ ସଭାପତିତ୍ୱରେ । ଏହି ବୈଠକରେ ଆସନ୍ତା ଏପ୍ରିଲ ୩୦ରେ ହେବାକୁ ଥିବା ସଂଗଠନର ବାର୍ଷିକ ଉତ୍ସବର ରୂପରେଖ ସଂପର୍କରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା ାସକାଳ ୯ଟାରେ ସଭା ଆରମ୍ଭ କରାଯାଇ ସନ୍ଧ୍ଯା ୪ଟାରେ ଶେଷ କରାଯିବ ା ବିଭିନ୍ନ ପ୍ରତିଭା ମାନଂକୁ ସମ୍ମାନୀତ କରାଯିବା ସହ ସଂଗଠନର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକର ସଂଗଠନର ବରିଷ୍ଠ ସଦସ୍ଯ ଭୁବନ ପଧାନ, ଦଶରଥ ଭୋଇ, ହରେରାମ ପ୍ରଧାନ, ସୁରେନ୍ଦ୍ର ସ୍ବାଇଁ, ସମୀର ପ୍ରଧାନ, ଆକାଶ ପ୍ରଧାନ, ଅରୁଣ ପ୍ରଧାନ, ସୁବାଷ ବିଶ୍ବାଲ, ପାପା ରାଓ, ଅଶ୍ବିନୀ ତ୍ରିପାଠୀ, ସଂକ୍ରାନ୍ତି, ନରେନ୍ଦ୍ର ପଧାନ, ଭରତ ମଲ୍ଲିକ, ରାଜେଶ ପ୍ରଧାନ, ଗୁରୁ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ