Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହତ ଦୁଇ ପର୍ଯ୍ୟଟକ ଙ୍କୁ ଉଧାର କରି ନିଜ ଗାଡ଼ିରେ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚାଇଲେ ବିଡ଼ିଓ 

ପଟ୍ଟାଙ୍ଗି୦୮/୧୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ଅଧିନରେ ରହିଥିବା ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବା କୁ ଆସି ଦୁଇ ପର୍ଯ୍ୟଟକ ଦୁର୍ଘଟଣା ହୋଇ ପଡି ରହିଥିବା ସ୍ଥାନରେ ବିଡିଓ ପହଞ୍ଚି ଆହତ ଙ୍କୁ ଉଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଚିକିତ୍ସା କରାଇଛନ୍ତି । ଏହିପରି ମହାନତା ଦେଖାଇଛନ୍ତି ପଟ୍ଟାଙ୍ଗି ବିଡିଓ ସୁକାନ୍ତ ପଟ୍ଟନାୟକ । ବିଡିଓ ପଟ୍ଟନାୟକ ଉକ୍ତ ପର୍ଯ୍ୟଟନ ସ୍ଥଳୀ ରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରି ଫେରୁଥିବା ସମୟରେ ଦେଓମାଳି ଛକର ମୁଖ୍ୟ ଫାଟକ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣା ହୋଇ ଜଣେ ପୁଅ ଏବଂ ଝିଅ ଆହତ ହୋଇ ଏକ ଗତ ଭିତରେ ପଡିଥିବା ଦେଖି ବିଡିଓ ପଟ୍ଟନାୟକ ଦୁହିଁଙ୍କୁ ଉଧାର କରି ନିଜ ସରକାରୀ ଗାଡ଼ିରେ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା କରାଇ କୋରାପୁଟ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରିଥିଲେ । ଆହତ ଦୁଇ ପର୍ଯ୍ୟଟକ ମାଲକାନଗିରି ଜିଲ୍ଲା ବାଲିମେଳା ବ୍ଲକର ସୁଧିର କୁମାର ପଲେଇ ଏବଂ ଚିନ୍ମୟୀ ଚୈଉଧିରୀ ବୋଲି ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ