Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗାଲିଫ୍ଟ ରୁ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବ, ନିର୍ବାହୀ ଯନ୍ତ୍ରୀ ଙ୍କ ସୂଚନା।

କଳାହାଣ୍ଡି:୧୩/୧୧
ଖବରଦାତା–ସନତ କୁମାର ପ୍ରଧାନୀ
ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରୁ ଚଳିତ ୨୦୨୪/୨୫ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ କୁସୁମଖୁଣ୍ଟି ମେଗାଲିଫ୍ଟ ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଠା ଜଳସେଚନ ନିର୍ବାହୀ ଅଧିକାରୀ ପ୍ରଣୟ କୁମାର ପ୍ରଧାନ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳସ୍ତର ଚଳିତ ବର୍ଷ ବିଗତ ବର୍ଷ ଠାରୁ ଜଳସେଚନ ପାଇଁ କମ ରହିଥିବା କାରଣରୁ ଜଳସେଚନ ରେ ବ୍ୟାଘାତ ସୃଷ୍ଟି ହୋଇଛି। ମେଗାଲିଫ୍ଟ କେନାଲ ରୁ ଖରିଫ ଋତୁ ଧାନଚାଷ ପାଇଁ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ ର ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚନ ର ସୁବିଧା ପାଉଥିବା ବେଳେ ରବି ଚାଷ ପାଇଁ ଜୟପାଟଣା ବ୍ଲକ ର ୭୬୬୮.୨ ହେକ୍ଟର ଓ କୋକସରା ବ୍ଲକ ର ୮୯୭୭.୬୮ ହେକ୍ଟର ମୋଟ ୧୬୬୪୫.୮୮ ହେକ୍ଟର ପର୍ଯ୍ୟନ୍ତ ଜଳସେଚନ ଯୋଗାଇ ଦିଆ ଯାଉଥିଲା। ତେବେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ବିଗତ ବର୍ଷ ଠାରୁ ଜଳସ୍ତର ହ୍ରାସ ପାଇଥିବାରୁ ଜଳସେଚନ ସମ୍ଭବ ନୁହେଁ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। କୋକସରା ବ୍ଲକ ରେ ଖରିଫ ୠତୁ ସମୟରେ ୧୧ ହଜାର ହେକ୍ଟର ପାଖାପାଖି ଜଳସେଚନ ହେଉଥିବା ବେଳେ ରବି ଚାଷ ପାଇଁ ବିଗତ ୨୩/୨୪ ବର୍ଷ ରେ ୮୯୭୭.୬୮ ହଜାର ହେକ୍ଟର ଚାଷଜମି ମେଗାଲିଫ୍ଟ କେନାଲ ଦ୍ୱାରା ଚାଷୀ ଜଳସେଚନ ସୁବିଧା ପାଇଥିଲେ। ତେବେ ଆଗାମୀ ରବି ଚାଷ ୨୪/୨୫ ପାଇଁ ଜଳସେଚନ ବନ୍ଦ ରହିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଡ଼ାକବାଜି ମାଧ୍ୟମରେ ଚାଷୀ ଙ୍କୁ ସଚେତନ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ