Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶିବାହାଲ କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଉଦଘାଟିତ।

କଳାହାଣ୍ଡି:୧୩/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପ୍ରାଥମିକ କୃଷି ସମବାୟ ସମିତିର ନୂତନ ନିର୍ମିତ କାର୍ଯ୍ୟାଳୟ ବୁଧବାର ଦିନ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ କୃଷି ସମବାୟ ସମିତିର ସଭାପତି ନିହାର ରଞ୍ଜନ ବେହେରା ଙ୍କ ସଭାପତିତ୍ୱ ରେ ଧର୍ମଗଡ ସହକାରୀ ନିବନ୍ଧକ ଥିଓଫିଲା ଶବର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ବିଶ୍ଵାମିତ୍ର ସିଂ, ଉପ ସଭାପତି ବନିତା ଚଣ୍ଡି,ପୂର୍ବତନ ସଭାପତି ନକୁଳ ଘି, ମାର୍କଣ୍ଡ ବେମାଲ,ଡମ୍ବରୁ ଧର ଚଣ୍ଡି, କୈଳାଶ ଧଙ୍ଗଡା ମାଝୀ ପ୍ରମୁଖ ଉଦଘାଟନି ସମାରୋହ ରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ସହକାରୀ ନିବନ୍ଧକ ଓ ଅତିଥିମାନେ କୃଷି ସମବାୟ ସମିତିର ଡ଼ାଇରେକ୍ଟର ଓ କର୍ମଚାରୀ ଙ୍କୁ ଚାଷୀ ଙ୍କ ସହ ଉତ୍ତମ ସମ୍ପର୍କ ରଖି ସେମାନଙ୍କ ସୁବିଧା ଅସୁବିଧା ରେ ସଠିକ ସହାୟତା ଓ ପରାମର୍ଶ ଦେବାକୁ କହିଥିଲେ। କାର୍ଯ୍ୟକ୍ରମ କୁ କାଶିବାହାଲ କୃଷି ସମବାୟ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁଗଳ କିଶୋର ନାଏକ ପରିଚାଳନା କରିଥିଲେ। ଏହି ଉଦଘାଟନ ଅବସରରେ କୃଷି ସମବାୟ ର ସଦସ୍ୟ ବଳରାମ ଚଣ୍ଡି, କୃପାସିନ୍ଧୁ ଚଣ୍ଡି,ଅଭିମନ୍ୟୁ ପାଳି, ଚମ୍ପେଶ୍ୱର ଚଳାନ,ମନୁ ବେହେରା, ପବିତ୍ର ନିଆଳ,ରାମ ବେହେରା,କିଶୋର ନାଏକ, ଘାସିରାମ ଦୀପ,ସରତନ ଶବର, ଅର୍ଜୁନ ଶବର,ଗୋପାଳ ଶବର,ନମିତା ବେହେରା ସମେତ ଡିଇଓ ସାଗର ବେହେରା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ