Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଷ ନିବାରଣ ସଚେତନତା କାର୍ଯ୍ୟକ୍ରମ ଗଞ୍ଜେଇ ଚାଷ ଛାଡ଼ି ବିକଳ୍ପ ଚାଷ କରିବାକୁ ଗଜପତି ଏସପିଙ୍କ ଆହ୍ବାନ ..

ପାରଳାଖେମୁଣ୍ଡି:୧୩/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଆର: ଉଦୟଗିରି , ମୋହନା ଓ ଅଡବା ଥାନା ଅଞ୍ଚଳର ଆଦିବାସୀ ବହୁଳ ଦୁର୍ଗମ ଜଙ୍ଗଲ ଅଞ୍ଚଳ ମାନଙ୍କରେ ବ୍ୟାପକ ଭାବେ ଗଞ୍ଜାଇ ଚାଷ ହେଉଛି , ପାହାଡ ଓ ଜଙ୍ଗଲ ଭରା ଅଞ୍ଚଳ ସୁଯୋଗ ନେଇ ସଂପୃକ୍ତ ଅଞ୍ଚଳରେ ଗଞ୍ଜାଇ ଚାଷ କରାଯାଉଛି ।ଏହାକୁ ଦୃଷ୍ଟିରେ ରଖି ଏ ଅଞ୍ଚଳରେ ଆଉ ଗଞ୍ଜାଇ ଚାଷ ନ କରିବାକୁ ଗଜପତି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଆହ୍ବାନ କରିଛନ୍ତି ।ଏହି ଅବସରରେ ମୋହନା ବ୍ଲକ୍ ଚନ୍ଦ୍ରଗିରି ସ୍ଥିତ ପୋଲିସ୍ ଫାଣ୍ଡି ପରିସରରେ ଗଞ୍ଜାଇ ଚାଷ ନିବାରଣ ଉପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପାଇକଙ୍କ ସଭାପତିତ୍ବରେ ଗଜପତି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଗଞ୍ଜାଇ ଚାଷ କରିବା ଦ୍ଵାରା ସ୍ଥାନୀୟ ଲୋକ ଓ ଯୁବପିଢି ଙ୍କ ସମସ୍ୟା ଉପରେ କହି ଗଞ୍ଜାଇ ଚାଷ କରିବାର ଅପକାରିତା ତଥା କୁପରିଣାମ , ସେଥିପାଇଁ ରହିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଯଥା:- ଏନଡିପିଏସ: ଆକ୍ଟ ଅନୁଯାୟୀ ଗଞ୍ଜାଇ ଚାଷ ହେଉଥିବା ଜମି ମାଲିକ , ଗଞ୍ଜାଇ ଚାଷୀ , ଗଞ୍ଜାଇ ଚାଲାଣକାରୀ ଓ ଗଞ୍ଜାଇ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ଏଥିସହ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ଗଞ୍ଜାଇ ଚାଷ ଅଞ୍ଚଳରେ ମିଳିତ ଚଢାଉ କରାଯାଇ ହଜାର ହଜାର ଏକର ଜମିରେ ହୋଇଥିବା ଗଞ୍ଜାଇ ଚାଷକୁ ସମ୍ପୂର୍ଣ ଭାବେ ନଷ୍ଟ କରି ଦିଆଯିବା ଏବଂ ଏହି ଗଞ୍ଜାଇ ଚାଷର ବିକଳ୍ପ ଭାବେ ରହିଥିବା ଚାଷ ଯଥା:- ଆଳୁ ,ବିରି , ମୁଗ , ମକା , ଆଖୁ ଓ ଧାନ , କାଜୁ , ବାଯାରା , ମାଣ୍ଡିଆ ସମେତ ଋତୁ-ଭିତ୍ତିକ ବିଭିନ୍ନ ପନିପରିବା ଚାଷ ମଧ୍ୟ ଜୀବନ ଜୀବିକା ପାଇଁ ଚାଷ କରା ଯାଇପାରିବ ବୋଲି କହି ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ । ଅନ୍ୟ ପକ୍ଷରେ ଯେଉଁ ଚାଷ କରିବେ ସେଥିପାଇଁ ଅଧିକ ଜାଣିବା ପାଇଁ ବ୍ଲକ୍ ପ୍ରଶାସନ ଏବଂ କୃଷି ବିଭାଗ କୁ ଯାଇ ପରାମର୍ଶ କରିବା ପାଇଁ ଏବଂ ସେ ଦିଗରେ ଆବଶ୍ୟକ ସହାୟତା ମିଳିପାରିବ ବୋଲି କହିଥିଲେ
ଆର.ଉଦୟଗିରି,ମୋହନା ଏବଂ ଅଡବା ଥାନା ଅଞ୍ଚଳର ପିଆରଆଇ: ଜନପ୍ରତିନିଧି ମାନଙ୍କ ସମେତ କେତେକ ଗ୍ରାମର ଅଧିବାସୀ ମାନଙ୍କୁ ନେଇ ଏହି ଗଞ୍ଜାଇ ଚାଷ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏମାନେ ଏଠାରୁ ଯାଇ ଯେଉଁ ଅଞ୍ଚଳରେ ଗଞ୍ଜାଇ ଚାଷ ହେଉଛି , ସେ ଅଞ୍ଚଳର ଲୋକ ଓ ଚାଷୀ ମାନଙ୍କୁ ବୁଝାଇ ସଚେତନ କରାଇବେ ।ଏତେ ସବୁ ସଚେତନତା ଓ କୁହାଯିବା ସତ୍ତ୍ୱେ ଯଦି ସଂପୃକ୍ତ ଅଞ୍ଚଳ ମାନଙ୍କରେ ଗଞ୍ଜାଇ ଚାଷ ଜାରୀ ରହେ , ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏଥିସହ ଆଜିଠାରୁ
ଆର.ଉଦୟଗିରି , ମୋହନା ଏବଂ ଅଡବା ଥାନାର ଥାନାଧିକାରୀ ମାନେ ସଦଳବଳେ ଗଞ୍ଜାଇ ଚାଷ ହେଉଥିବା ଅଞ୍ଚଳ ପେଟ୍ରୋଲିଙ୍ଗ କରିବେ । ଏହା ପରେ ଆସନ୍ତା ସପ୍ତାହକ ମଧ୍ୟରେ ଗଞ୍ଜାଇ ଚାଷ ଅଞ୍ଚଳକୁ ଯାଇ ଗଞ୍ଜାଇ ଗଛ ନଷ୍ଟ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଏହି ସଚେତନତା କାର୍ଯ୍ୟକ୍ରମରେ ଆର:ଉଦୟଗିରି ଏସଡିପିଓ: ଶ୍ରୀ ଅଶ୍ୱିନୀ କୁମାର ନାୟକ , ମୋହନା ଥାନାଧିକାରୀ ଶ୍ରୀ ବସନ୍ତ ସେଠୀ ଏବଂ ଅଡବା ଥାନାଧିକାରୀ ଶ୍ରୀ ଶୁଭ୍ରାନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଉପରୋକ୍ତ ଥାନା ଅଞ୍ଚଳର ସମସ୍ତ ପିଆରଆଇ: ଜନ ପ୍ରତିନିଧି ଏବଂ କେତେକ ଗ୍ରାମର ଅଧିବାସୀ ମାନେ ଯୋଗ ଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।