Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମବାୟ ମନ୍ତ୍ରୀ ଙ୍କୁ ଭେଟି ୫ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କଲେ ରାଜ୍ୟ କର୍ମକର୍ତ୍ତା।

କଳାହାଣ୍ଡି:୧୩/୧୧
ଅଳ ଓଡିଶା ପେକ୍ସ ଓ ଲେମ୍ପସ କର୍ମଚାରୀ ଫେଡରେସନ ପକ୍ଷରୁ ୫ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ପୂର୍ବରୁ ଦାବି ଉପସ୍ଥାପନା କରି ଆସୁଥିବା ବେଳେ ପୂର୍ବତନ ରାଜ୍ୟ ସରକାର ସମବାୟ କର୍ମଚାରୀ ଙ୍କ ବିଭିନ୍ନ ଦାବି ଉପରେ ଆଗାମୀ ସମୟରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ତେବେ ବର୍ତ୍ତମାନ ରାଜ୍ୟ ସରକାର ବଦଳିବା ପରେ କର୍ମଚାରୀ ମାନେ ଦାବି ପୂରଣ ନେଇ ଆଶା ଓ ଆଶଙ୍କା ରେ ରହିଥିବା ବେଳେ ପଶ୍ଚିମ ଓଡିଶା ପେକ୍ସ ଓ ଲେମ୍ପସ ଫେଡରେସନ ର ସଭାପତି ନାଉରି ନାୟକ ଙ୍କ ପ୍ରତିନିଧିତ୍ଵ ରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କ ସହ ସାକ୍ଷାତକାର କରି ସଂଘର ୫ ଦଫା ଦାବୀ ଉପରେ ଆଲୋଚନା କରିଥିଲେ ।ମାନ୍ୟବର ମନ୍ତ୍ରୀ ସମସ୍ତ ଦାବୀ ପର୍ଯ୍ୟାୟ କ୍ରମେ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ସର୍ବ ଶେଷରେ ସଂଘ ତରଫରୁ ମାନ୍ୟବର ମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏଇ ଆଲୋଚନା ରେ ସଂଘ ତରଫରୁ ରାଜ୍ୟ ସମ୍ପାଦକ ନୀତେଶ କୁମାର ସାହୁ ଉପ-ସଭାପତି ସମ୍ବଲପୁର, କଳାହାଣ୍ଡି ରୁ ନିରଞ୍ଜନ ପ୍ରସାଦ ବାଗ, ହେମନ୍ତ କୁମାର ନାଏକ,ଭଦ୍ରକ ଜିଲ୍ଲା ରୁ ଉପ-ସଭାପତି ଅରୁଣ ଉଦୟ ପାତ୍ର,ବାଲେଶ୍ଵର ଜିଲ୍ଲା ରୁ ବିଧାନ ଚନ୍ଦ୍ରଘୋଷ,ଢେଙ୍କାନାଳଜିଲ୍ଲା ରୁ ମନୋଜ ମିଶ୍ର,ରାଧାମୋହନ ସାମଲ ଉପସ୍ଥିତ ହୋଇ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ