Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷୋହଳ ପ୍ରହର ନାମ ସଂକୀର୍ତନ ସହ ପଞ୍ଚୁକ ସମାପ୍ତ।

ଷୋହଳ ପ୍ରହର ନାମ ସଂକୀର୍ତନ ସହ ପଞ୍ଚୁକ ସମାପ୍ତ।
ଲକ୍ଷ୍ମୀପୁର ୧୫/୧୧…କୁହାଯାଏ ବର୍ଷକ ର ପୁଣ୍ୟ ମାସ କାର୍ତିକ ମାସ, ଏହି କାର୍ତିକ ମାସ ଅବସରରେ ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ଚାଲଚଞ୍ଚଳ ହୋଇଉଠି ଥିଲା, ବିଶେଷ କରି ପଞ୍ଚୁକ ଅବସରରେ ରାମ ମନ୍ଦିର ପ୍ରାଙ୍ଗଣରେ ଷୋହଳ ପ୍ରହରୀ ନାମସଂକୀର୍ତନ ଆୟୋଜନ କରାଯାଇଥିଲା।ମଙ୍ଗଳବାର ଦିନ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା କରାଯିବା ପରେ  ଯଜ୍ଞ  ମଣ୍ଡପ ରେ ଅଧିବାସ କରାଯାଇଥିଲା।ବୁଧବାର ଦିନ ଠାରୁ ନାମ ସଂକୀର୍ତନ ଆରମ୍ଭ ହୋଇଥିଲା। ସଂକୀର୍ତନ ରେ କଳାହାଣ୍ଡି ଜିଲ୍ଲା ର ଦୁଇଟି କୀର୍ତନ ଦଳ ସହ ବିଷମକଟକ ଆଲୋମଣ୍ଡା, କୁମ୍ଭାରୀପୁଟ, ଗୁମ୍ମା, ଆଡମୁଣ୍ଡା ଓ ଲକ୍ଷ୍ମୀପୁର ବ୍ଲକ ର ଗ୍ରାମାଞ୍ଚଳ ର ୧୭  ଟି ଦଳ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ୮ ଜଣ ଦମ୍ପତି କର୍ତା ଭାବରେ ଯଜ୍ଞ ରେ ବସିଥିଲେ।ଶୁକ୍ରବାର ସକାଳେ ପୂର୍ଣ୍ଣାହୁତି ସହ ନଗର କୀର୍ତନ ପରିକ୍ରମା କରାଯାଇ ଷୋହଳ ପ୍ରହର ନାମ ସଂକୀର୍ତନ ସମାପ୍ତ କରାଯାଇଥିଲା।ପଞ୍ଚୁକ ଅବସରରେ ଗାଁ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାମ ମନ୍ଦିର କମିଟି ତରଫରୁ ବୁଧବାର ଓ ଶୁକ୍ରବାର ଦିନ ରାତି ହଜାର ହଜାର ଭକ୍ତ ଙ୍କ ସକାଶେ ଅନ୍ନ ପ୍ରସାଦ ର ବ୍ୟବସ୍ଥା କମିଟି ତରଫରୁ କରାଯାଇଥିଲା।ଶୁକ୍ରବାର ପାହାନ୍ତିଆ ରେ ବ୍ରତ ପାଳନ କରିଥିବା  ମହିଳା ମାନଙ୍କ ସହ ଅନେକ ଲୋକେ ବିଭିନ୍ନ ନଦୀ ନାଳ କେନାଲ ରେ ଡ଼ଙ୍ଗା ଭସାଇ ପଞ୍ଚୁକ ପାଳନ କରିଥିଲେ।ସଭାପତି ତ୍ରିନାଥ ସାହୁ, ସମ୍ପାଦକ ଅଜସ୍ୱୀ ସାହୁ, ସନ୍ତୋଷ ସାହୁ,ଡ଼. ଦେବେଶ ବେହେରା, ସଚିନ୍ଦ୍ର ସାହୁ,ସୁରଜ ନାୟର,ଉମାଶଙ୍କର କର୍କରା,ଶ୍ରବଣ କୁମାର, ଦୀପକ ଶତପଥି, ମନୋଜ ସାହୁ, ଖଗେଶ୍ୱର ଗରଡ଼ା,ବଳରାମ ରାଜଙ୍କ ସମେତ ଅନେକ ଯୁବପିଢ଼ି ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ