Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଠ ବ୍ୟବସାୟୀ ଙ୍କ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ୦୫ ଆସାମୀ ଙ୍କୁ କୋର୍ଟ ଚାଲାଣ ।

ପଟ୍ଟାଙ୍ଗି୧୬/୧୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ ଉଧାର ହୋଇଥିବା ମୃତ ଦେହ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଆସାମୀ ଙ୍କୁ କୋର୍ଟ ଚାଲାଣ ହୋଇଥିବା ସହ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା କ୍ରମେ ସୁଙ୍କି ଥାନା ଅନ୍ତର୍ଗତ ଉକ୍ତ ଘାଟିରୁ କାଠ ବ୍ୟବସାୟୀ ରାଧାକୃଷ୍ଣ ମହାପାତ୍ର ଙ୍କ ମୃତଦେହ ଉଧାର ଘଟଣାରେ ସମ୍ପୃକ୍ତ ୦୫ ଆସାମୀ ଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ୍ ଦେଓପଟ୍ଟାଙ୍ଗି ଅଞ୍ଚଳର କାର୍ତ୍ତିକ ଗୁଣ୍ଠା ଙ୍କ ସମେତ ମୁଖ୍ୟ ଆସାମୀ ଚନ୍ଦକା ପଞ୍ଚାୟତ ର ନୂଆଁ ଗୁଗାଗୁଡା ଗ୍ରାମର ତ୍ରିପତି ସିଲପାଡିଆ , ଗୁଗାଗୁଡା ଗ୍ରାମର ନିନା ସାରା , ନରେନ୍ଦ୍ର ସାରା ଏବଂ ସନା ସିଲପାଡିଆ ପ୍ରମୁଖ ଙ୍କୁ ପଟ୍ଟାଙ୍ଗି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ସମସ୍ତ ଆସାମୀ ଙ୍କୁ କୋର୍ଟ ଚାଲାଣ କରିବା ପୁର୍ବରୁ ମୃତ ମହାପାତ୍ର ଙ୍କ ମୋବାଇଲ ଆସାମୀ ତ୍ରିପତି ସିଲପାଡିଆ ଙ୍କ ଘରୁ ମୋବାଇଲ୍ ଜବତ କରିଥିବା ସହ ସୁଙ୍କି ଘାଟିରୁ ଉଧାର ହୋଇଥିବା ମୃତ ଦେହ ସ୍ଥାନ ପୁର୍ବରୁ ରହିଥିବା ଏକ ଗ୍ରାମରୁ ମୋଟର ସାଇକେଲ ଉଧାର ହୋଇଥିବା ତଦନ୍ତ ଅଧିକାରୀ ଏସ ଆଇ ପ୍ରଦିପ୍ତ ମହାପାତ୍ର ପ୍ରକାଶ କରିବା ସହ ମୃତ ମହାପାତ୍ର ଙ୍କୁ ଆସାମୀ ମାନଙ୍କ ମଧ୍ୟରୁ କାର୍ତ୍ତିକ ଗୁଣ୍ଠା କିଛି ଟଙ୍କା ଫେରାଇବା କୁ ରହିଥିବା ବେଳେ ଟଙ୍କା ଫେରସ୍ତ କରିବା ବିଳମ୍ବ ହେଉଥିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇ ଥିବା ବେଳେ ଟଙ୍କା ଫେରାଇ ଦେବା ଆଳରେ ମୃତ ମହାପାତ୍ର ଙ୍କୁ ଡକାଇ ଏହିପରି ହତ୍ୟାକାଣ୍ଡ ରଚାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ପୋଲିସ ୧୨୮/୨୪ ଅନୁଯାଇ ଏକ କେସ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।