Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହି ରାସ୍ତା ପ୍ରତି ଦୁର୍ନିତି ଉପରେ କାହାର ହାତ ରାସ୍ତା ନିର୍ମାଣ ଦୁର୍ନିତି ପଛରେ ସରକାରଙ୍କ ହାତ

କଳାହାଣ୍ଡି,୧୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ଗଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଦୁର୍ନିତୀ ଚର୍ଚ୍ଚା ପରିସରକୁ ଆସିଛି। କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ ଟେମରି, ଭାଲୁବୁଟୁରା ରାସ୍ତା ଏହାର ଏକ ଉଦାହରଣ। ରାସ୍ତା ନିର୍ମାଣ ର ୫ ମାସରେ ପିଚୁ ସବୁ ଉଠି ଗଲାଣି। ଏହି ରାସ୍ତା କୁ ମୁଖ୍ଯ ମନ୍ତ୍ରୀ ସଡକ ଯୋଜନାରେ ସାମିଲ୍ କରାଯାଇ ୪ କିଲୋମିଟର ୧୦୦ ମିଟର ଦୁରତା ପାଇଁ ୨କୋଟି ୧୭ ଲକ୍ଷ୍ଯ ୬୩ ହଜାର ୯୬୨ ଟଂକା ରେ କାମ ହୋଇଥିଲା। ୨୮,୧୧,୨୦୨୩ରେ କାର୍ୟ୍ଯ ଆରମ୍ଭ ହୋଇ ୨୭,୫,୨୦୨୪ରେ ନିର୍ମାଣ କାର୍ୟ୍ଯ ଶେଷ ହୋଇଛି। ହେଲେ କାର୍ୟ୍ଯ ଆରମ୍ଭରୁ ଅତି ନିମ୍ନ ମାନର କାମ ହେବା ସହ ଅତି ନିମ୍ନମାନର ପିଚୁ, ମେଟାଳ, କଙ୍ଗକ୍ରିଟ ବ୍ୟବହାର ହୋଇଥିବା ନେଇ ସ୍ଥାନୀୟ ଲୋକେ ବିଭାଗର ଦ୍ରୁଷ୍ଟି ଆକର୍ଷଣ କରିଥିଲେ। ନିମ୍ନମାନର କାମ ଯୋଗୁଁ ରାସ୍ତା ନିର୍ମାଣର ଅଳ୍ପ ଦିନ ପରେ ସେଥିରୁ ପୁଳା ପୁଳା ପିଚୁ ଉଠିଯାଉଛି । ଏପରିକି ହାତରେ ଗୋଡରେ ଆଡେଇଲେ ପିଚୁ ସବୁ ଖୋଳି ହୋଇ ବାହାରି ଆସୁଛି। ହେଲେ ଆରଡି ବିଭାଗ ତାହାର ତଦାରଖ କରିବା ବଦଲ ରେ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକାରେ ଦିନ ବଦଲ ରେ ରାତିରେ କାମ କରିବା ପାଇଁ ଠିକାଦାର କୁ ସହାନୁଭୂତି ଦେଖାଇ ଚୁପ୍ ରହିଥିଲେ। ଏହାପରେ ଠିକାଦାର ଜଣକ ନିଜ ମନ ମୁତାବକ କାମ ଆଗେଇ ନେଇଥିଲେ। ଏଣୁ ଅଲ୍ପ ଦିନ ମଧ୍ଯ ରେ ରାସ୍ତା ଫାଟି ଆଁ କଲାଣି। କେଉଁଠି ପିଚୁ ଉଠି ସାରିଥିବା ବେଲେ କେଉଁଠି ପିଚୁ ଫାଟି ଛୋଟବଡ଼ ଗାତ ସ୍ରୁଷ୍ଟି କରି ଦୁର୍ଘଟଣା ମାନ ହେଲାଣି। ତେବେ ବିଭାଗର ଅବହେଳା ଯୋଗୁ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ରାସ୍ତା ଏବେ ଅସ୍ତିତ୍ଵତ୍ୱ ହରାଇଥିବା ଅଂଚଲବାସୀ ଅଭିଯୋଗ କରିଛନ୍ତି। ଏନେଇ ଧର୍ଗଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ଏଭଳି ଦୁର୍ନୀତି ସବୁଆଡ଼େ ଚର୍ଚ୍ଚା ର ବିଷୟ ହୋଇଛି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ରାସ୍ତା ପ୍ରତି ଦ୍ରୁଷ୍ଟି ଦେବାକୁ ଅଂଚଲବାସୀ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ