Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୟଙ୍କ ପକ୍ଷରୁ ୧୦୦ ତମ ମନ କି ବାତ ପ୍ରସାରଣ ପୂର୍ବରୁ ଚକଖଡି ରେ ମୋଦିଙ୍କ ପ୍ରତିକୃତି ନିର୍ମାଣ।

ଗୋପାଳପୁର: ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଇମାଜିକ୍ସ କ୍ଲବର ସଦସ୍ୟ କେ ବିଜୟ କୁମାର ରେଡ଼ିଙ୍କ ପକ୍ଷରୁ ଚକଖଡିରେ ଅତି ସୁକ୍ଷ୍ମ ତଥା ସୁନ୍ଦର କାରୁକାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଡ଼ିଓ ର ପ୍ରତିକୃତି ନିର୍ମାଣ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି। ଆସନ୍ତା ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପକ୍ଷରୁ ୧୦୦ ତମ ମନ କି ବାତ ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବିଜୟ ଙ୍କ ପକ୍ଷରୁ ଚକଖଡି ରେ ପ୍ରଧାନମନ୍ତ୍ରୀ ଙ୍କ ସମେତ ୧୦୦ ତମ ମନ‌ କି ବାତ ସହ ଏକ ମାଇକ ର ପ୍ରତିକୃତି ନିର୍ମାଣ କରିଛନ୍ତି। ମାତ୍ର ୧ ଘଣ୍ଟା ସମୟ ମଧ୍ୟରେ ଏହି କଳାକୃତି ଗୁଡିକୁ ନିର୍ମାଣ କରିବା ସହ ତାକୁ ରଙ୍ଗ ମଧ୍ୟ କରି ପାରିଛନ୍ତି।ଏହି କଳାକୃତି କୁ ସେ ଗତ ୨୬ ତାରିଖରେ କୋରିଅର ଯୋଗେ ପ୍ରଧାନମନ୍ତ୍ରୀ ଙ୍କ କାର୍ଯାଳୟ କୁ ପଠାଇ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ୨୭ ତାରିଖରେ ପାଇବା ପରେ କଳାକୃତି କୁ ନେଇ ଉଚ୍ଚ ପ୍ରଶଂସିତ କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କଳାକୃତି କୁ ଟ୍ବିଟର ରେ ଆକାଉଣ୍ଟ ରେ ପ୍ରକାଶ କରିବା ସହ ଉଚ୍ଚ ପ୍ରଶଂସା କରାଯାଇଛି। ଆଦିବାସୀ ବେପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ମଧ୍ୟ ପ୍ରଶଂସା କରିବା ସହ ନିଜ ଟ୍ବିଟର ଆକାଉଣ୍ଟ ରେ ଏହାକୁ ସ୍ଥାନିତ କରିଛନ୍ତି। ଏହା ପୂର୍ବରୁ ବିଜୟ ଏହି ପରି ଭାବେ ଚକଖଡି ସୁକ୍ଷ୍ମ କାରିଗରୀ ମାନ ନିର୍ମାଣ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ନିଜ ନାମକୁ ଇଣ୍ଡିଆ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନିତ କରିପାରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories