ଟ୍ରାକ୍ଟର କୁ ଧକ୍କା ଦେଲା ଟ୍ରଲର ଅଳ୍ପକେ ବର୍ତ୍ତିଲେ ପୋଲିସ


ପଟ୍ଟାଙ୍ଗି୧୮/୧୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡା ଗ୍ରାମକୁ ଯାଇଥିବା ରାସ୍ତା ଛକରେ ଏକ ଟ୍ରାକ୍ଟର କୁ ଟ୍ରଲର ଧକ୍କା ଦେଇଥିବା ବେଳେ ଉପସ୍ଥିତ ପୋଲିସ ଙ୍କ ସମେତ ଅନ୍ୟ ଯାତ୍ରୀ ମାନେ ଅଳ୍ପ କେ ବର୍ତ୍ତି ଯାଇଥିଲେ । ସୂଚନା ମୁତାବକ ରବିବାର ଉକ୍ତ ଛକ ନିକଟରେ ପଟ୍ଟାଙ୍ଗି ପୋଲିସ ଉଭୟ ଆନ୍ଧ୍ର କୋରାପୁଟ ଅଭିମୁଖେ ଯାତାୟାତ କରୁଥିବା ଛୋଟ ବଡ଼ ଯାନ ଯାଞ୍ଚ କରୁଥିବା ବେଳେ ଆନ୍ଧ୍ର ରୁ କୋରାପୁଟ ଅଭିମୁଖେ ଆସୁଥିବା ଏକ ଦ୍ରୁତ ଗାମି ଟ୍ରଲର ନଂ CG04 LQ 3027 ଗାଡ଼ି ଟି ବାମ ପାର୍ଶ୍ଵରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରାକ୍ଟର କୁ ଧକ୍କା ଦେଇଥିଲା । ଏହି ସମୟରେ ଟ୍ରାକ୍ଟର ରେ ରହିଥିବା ବିଙ୍ଗୁ କଡ୍ରିୟା , ସନୁ ମାଝୀ , ଘେନୁ କଡ୍ରିୟା ପ୍ରମୁଖ ଆହତ ହୋଇଥିଲେ । ଘଟଣା ସ୍ଥଳେ ଉପସ୍ଥିତ ରହିଥିବା ପୋଲିସ ସଙ୍ଗେ ସଙ୍ଗେ ତିନି ଆହତ କୁ ଉଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ଚିକିତ୍ସା କରାଇ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଟ୍ରଲର ଡ୍ରାଇଭର ଙ୍କ ସୂଚନା କ୍ରମେ ଟ୍ରଲର ର ବ୍ରେକ୍ ଫେଲ୍ ହୋଇଯିବାରୁ ଟ୍ରଲର ଟି ନିୟନ୍ତ୍ରଣ ବାହାରେ ରହିଥିଲା । ଯାହା ଫଳରେ କି ଦୁର୍ଘଟଣା ସ୍ଥଳେ ଉପସ୍ଥିତ ରହିଥିବା ଡାହାଣ ପାର୍ଶ୍ଵରେ ପୋଲିସ ଓ ଅନ୍ୟ ଗାଡିର ଯାତ୍ରୀ ମାନଙ୍କୁ ବଞ୍ଚାଇବା କୁ ଯାଇ ବାମ ପାର୍ଶ୍ଵରେ ଛିଡ଼ା ହୋଇଥିବା ଟ୍ରାକ୍ଟର କୁ ଧକ୍କା ଦେଇ ରାଜପଥ ପାର୍ଶ୍ଵରେ ରହିଥିବା ସୁରକ୍ଷା ପାଚେରୀ କୁ ଧକ୍କା ଦେବାରୁ ଏକ ବଡ ଦୁର୍ଘଟଣା କୁ ଏଡାଇ ଦିଆ ଯାଇ ପାରିଥିଲା ବୋଲି ଡ୍ରାଇଭର ପୋଲିସ କୁ ପ୍ରକାଶ କରିଥିଲା । ଅନ୍ୟପକ୍ଷରେ ଦୁର୍ଘଟଣା ସ୍ଥାନଟି ଏକ ଗଡାଣିଆ ରାସ୍ତା ହୋଇଥିବା ବେଳେ ପୋଲିସ ଏହିପରି ସ୍ଥାନରେ ରହି ଯାନବାହନ ଯାଞ୍ଚ କରିବା ଏକ ବିପଦ କୁ ଟାଣି ଆଣିବା ସଦୃଶ୍ୟ ବୋଲି ମତପ୍ରକାଶ ପାଇଛି । ଏଠାରେ ସୂଚନା ଥାଉକି ଟ୍ରଲର ଧକ୍କା ଦେଇଥିବା ଟ୍ରାକ୍ଟର ଗାଡ଼ି ଟି ରାଲେଗଡା ଅଞ୍ଚଳର ଶିରିମୁଲିଆ ଦାସ ଙ୍କର ବୋଲି ଜଣାପଡିଛି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।