Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବସ ଷ୍ଟାଣ୍ଡ ରୁ ପଲସର ବାଇକ ଚୋରୀ..

ଲକ୍ଷ୍ମୀପୁର ବସ ଷ୍ଟାଣ୍ଡ ରୁ ପଲସର ବାଇକ ଚୋରୀ…
ଲକ୍ଷ୍ମୀପୁର ୧୯/୧୦ .ସୋମବାର ରାତି ରେ ଲକ୍ଷ୍ମୀପୁର ବସ ଷ୍ଟାଣ୍ଡ ର ବଜାର ଥିବା ଏକ ଦୋକାନ ସମ୍ମୁଖରୁ ଏକ ପଲସର ବାଇକ ଚୋରୀ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଶିବ ଶଙ୍କର ଚୌଧୁରୀ ନାମକ ଯୁବକ ଯିଏକି ବଜାର ଉପରେ ସହଜ ସେବା କେନ୍ଦ୍ର ର ମାଲିକ ଗତକାଲି ରାତ୍ର ରେ ନିଜର ପଲସର ବାଇକ ଓଡି ୧୮ ଏଫ ୭୦୬୮ କୁ ଦୋକାନ ସମୁଖରେ ରଖି ଦୋକାନ ଭିତରେ ସୋଇଥିଲେ। ସକାଳେ ଦେଖିବା ବେଳକୁ ପଲସର ବାଇକ ଟି ନଥିଲା, ଆଖ ପାଖ ରେ ଖୋଜିବା ପରେ ବାଇକ ନପାଇବା ପରେ ଲକ୍ଷ୍ମୀପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ଥାନା ରେ ଏକ ଚୋରୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିବା ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି। ବଜାର ଉପରେ ରାତିରେ ପେଟ୍ରୋଲିଙ୍ଗ ହେବା ସହ ଗୁର୍ଖା ମଧ୍ୟ ପ୍ରହରା ଦଉଛି, ଏପରିକି ପୋଲିସ ତରଫରୁ ସିସି ଟିଭି ର କ୍ୟାମେରା ବ୍ୟବସ୍ତା ମଧ୍ୟ ରହିଛି, ତଥାପି ଚୋରୀ ହଉଥିବା ରୁ ଅନେକ ଲୋକେ ବର୍ତ୍ତମାନ ନିଜ ନିଜ ମୋଟରସାଇକେଲ ଘର ଦାଣ୍ଡରେ କିପରି ରଖିବେ ତାହାକୁ ନେଇଁ ଦ୍ୱନ୍ଦ୍ୱ ରେ ରହିଛନ୍ତି। ପୋଲିସ ତରଫରୁ ଅଧିକ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯିବା ସକାଶେ ଦାବୀ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ