Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ରାଜ୍ଯ କୃଷକ ସଂଗଠନର ବାର୍ଷିକ ଉତ୍ସବ “ଦେଶର ଭାଗ୍ୟ ବଦଳାଇ ପାରିବେ କୃଷକ “

ଅତାବିରା : କୃଷକମାନେ ଦେଶର ଭାଗ୍ୟ ବଦଳାଇ ପାରିବେ l କୃଷକଙ୍କ ଭାଗ୍ୟ ବଦଳିଲେ ଗାଁ, ସହର, ରାଜ୍ୟ ଓ ଦେଶର ଭାଗ୍ୟ ବଦଳି ପାରିବ l କୃଷକଙ୍କ ମଧ୍ୟରେ ରାଜନୈତିକ ଚେତନା ଆଣିବା ଜରୁରୀ l ଭାରତ କୃଷି ପ୍ରଧାନ ରାଷ୍ଟ୍ର l କୃଷକଙ୍କ ଦେଶରେ ସଂଖ୍ୟା ଗରିଷ୍ଟ ସମୂହକୁ ମଜଭୁତ କରିବାର ସମୟ ଆସିଛି l ବିଭିନ୍ନ ରାଜନୈତିକ ଦଳର ଚାପରେ ନିଜକୁ ବିଭାଜିତ ନ କରି ଏକ ପ୍ରତିଭାଶାଳୀ ସମୂହରେ ସାମିଲ ହୁଅନ୍ତୁ ବୋଲି ରବିବାର ଅନୁଷ୍ଠିତ ଓଡିଶା ରାଜ୍ୟ କୃଷକ ସଂଗଠନ ର ବାର୍ଷିକ ଉତ୍ସବରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି l
ବରଗଡ଼ ଜିଲା ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଓଡିଶା ରାଜ୍ଯ କୃଷକ ସଂଗଠନର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ରାଜବୋଡ଼ାସମ୍ବର କୃଷକ ସଂଗଠନର ସଭାପତି ବାଂଚାନିଧି ନାଏକ, ମୁଖ୍ଯ ବକ୍ତା ଭାବେ ପଶ୍ଚିମ ଓଡିଶା ଚାଷୀ ସଂଗଠନର ଆବାହକ ସରୋଜ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବିନିକା କୃଷକ ସଂଗଠନର ସଦସ୍ଯ ନାରାୟଣ ପାଢ଼ୀ, ପଦ୍ମପୁର ରାଜବୋଡ଼ାସମ୍ବର କୃଷକ ସଂଗଠନର ଆଇନ ପରାମର୍ଶ ଦାତା ଅଜିତ ଶତପଥୀ, ଓଡିଶା ରାଜ୍ଯ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ସଂପାଦକ ସୁରେଶ କର୍ଣ୍ଣ ମଂଚାସୀନ ଥିଲେ । ଏହି ଉତ୍ସବରେ ବରିଷ୍ଠ ଚାଷୀ ଜିତେନ୍ଦ୍ର ମେହେର, ଡାକ୍ତର ପ୍ରଶାନ୍ତ ପଣ୍ଡା, ମେଧାବୀ ଛାତ୍ରୀ ଜାହ୍ନବୀ ପ୍ରଧାନ, ଚାଷୀ ଉଦ୍ଦେଗ୍ୟ କେପି ଶ୍ରୀନିବାସ, ଶିକ୍ଷାବିତ ବ୍ରଜକିଶୋର ଦାସ, ସ୍ତମ୍ଭକାର ରାଜେଶ ଅଗ୍ରଓ୍ୱାଲ, ସଂଗଠନ ରତ୍ନ ଭାବେ ଟିକେଲାଲ ମିଶ୍ର, ଭି ସତ୍ୟନାରାୟଣ, ଜନ କଲ୍ୟାଣ କୁଲତା ସମାଜ କୁ ସମ୍ମାନୀତ କରାଯାଇଥିଲା । ଚାଷୀମାନକଂ ହିତ ପାଇଁ ଜେଲ ଯାଇଥିବା ସଂଗଠନର ସଦସ୍ଯ ଏରବାବୁ,ଜୟ ବାବୁ, ଓଡିଶା ରାଜ୍ଯ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର ଙ୍କୁ ସଂଗଠନ ତରଫରୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସଂଗଠନ ତରଫରୁ ସମ୍ମାନୀତ କରାଯାଇଥିଲା । ସ୍ବାମୀନାଥନ କମିଟି ରିପୋର୍ଟ ଆଧାରରେ କୃଷିଜାତ ଶସ୍ଯର ମୁଲ୍ଯ ନିର୍ଦ୍ଦାରଣ କରାଯାଉ, ଟୋକନ ବ୍ଯବସ୍ଥାକୁ ସଂପୂର୍ଣ ପ୍ରତ୍ଯାହାର କରାଯାଉ । ପଞ୍ଜିକୃତ ସମସ୍ତ ଚାଷୀକଂ ଧାନ କ୍ରୟ କରାଯାଉ ଚାଷୀର ଚାହିଦା ମୁତାବକ ରାସାୟନିକ ସାର ଯୋଗାଇ ଦିଆଯାଉ । ସମସ୍ତ ଚାଷୀକୁ ପେନସନ ପ୍ରଦାନ କରାଯାଉ । କୃଷିକ୍ଷେତ୍ରରୁ ବିଦୁତ ସଂପୂର୍ଣ୍ଣ ମାଗଣାରେ ଯୋଗାଯାଉ । ରାସାୟନିକ ସାର ଓ କୀଟନାଶକର ମାନ ନିର୍ଦ୍ଦାରଣ ପାଇଁ ଅତାବିରାରେ ଏକ ପରୀକ୍ଷାଗାର ପ୍ରତିଷ୍ଠା କରାଯାଉ ଆଦି ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯକ୍ରମ ପରିଚାଳନା ଓ ବାର୍ଷିକ ବିପରଣୀ ପ୍ରଦାନ କରିଥିଲେ କୀର୍ତ୍ତନ ବିଶ୍ବାଲ । ଶେଷରେ ଅରୁଣ ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ ।