Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନାଲ ପାଣି ନେଇ ପୁଣି ଗର୍ଜିଲେ ଚାଷୀ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ-ଉପଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହାର।

କଳାହାଣ୍ଡି:୨୧/୧୧
ଇନ୍ଦ୍ରାବତୀ ଉଠା ଜଳ ସେଚନ ପ୍ରକଳ୍ପ ରୁ ଚଳିତ ୨୦୨୪-୨୫ ରବି ଚାଷ ପାଇଁ ଜଳ ସେଚନ ବନ୍ଦ ରହିବା ନେଇ ଉପର ଇନ୍ଦ୍ରାବତୀ ବାମ କେନାଲ ବିଭାଗ ପକ୍ଷରୁ ପୂର୍ବରେ ସୂଚନା ମିଳିଥିଲା।ଏନେଇ ଚାଷୀ ଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା।ପୁନଃ ବିଚାର କରି କେନାଲ ପାଣି ଛାଡିବାକୁ ବିଭିନ୍ନ ସମୟରେ ଉପଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଧର୍ମଗଡବିଧାୟକ ବିଭାଗ ଅଧିକାରୀ ଙ୍କୁ ଜଣାଇ ଥିଲେ।ହେଲେ କେନାଲ ଡିଭିଜନ ଚାଷୀ ଙ୍କ ଅଭିଯୋଗ ଶୁଣିବା ବଦଳରେ ନିଜ ଜିଦ ରେ ଅଟଳ ରହିଥିଲା।ଯାହା ଚାଷୀ ଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଁ ଆନ୍ଦୋଳନ ର ରୂପ ନେଇଥିଲା। ଗୁରୁବାର ଦିନ ସକାଳ ୧୦ ଟା ରୁ ଧର୍ମଗଡ ଚାରିଛକ ଠାରେ ଚାଷୀ ମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଆନ୍ଦୋଳନ ଫଳରେ ଗାଡି ମଟର ଠପ ପଡିଥିବା ବେଳେ ଲୋକେ ନାଇନ ଥିବା ଅସୁବିଧା ରେ ସମ୍ମୁଖୀନ ହୋଇଥିଲେ।ଧର୍ମଗଡ -ରାୟପୁର ୧୩୦ସି ରାସ୍ତା ରେ ଶହ ଶହ ଯାନବାହନ ଅଟକି ରହିଥିଲା।ତେବେ ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଜଳ ସ୍ତର ଚଳିତ ବର୍ଷ ଅପେକ୍ଷା ବିଗତ ବର୍ଷ ଠାରୁ କମ ପାଣିରହିଥିବା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉପର ଇନ୍ଦ୍ରାବତୀ ବାମ କେନାଲ ଙ୍କ ଠାରୁ ସୂଚନା ପାଇବା ପରେ ରବି ଚାଷ ପାଇଁ ଜଳ ସେଚନରେ ସମସ୍ୟା ହେବା ଆଶଙ୍କା ନେଇ ଧର୍ମଗଡ ବ୍ଲକ ର ଅନେକ ଚାଷି ଚିନ୍ତା ରେ ରହିଛନ୍ତି। ଜଳ ସେଚନ ବ୍ୟବସ୍ଥା ବନ୍ଦ କରିବା ନିହାତି ବିଭାଗ ର ଚାଲ ଥିବା ଚାଷୀ ଅଭିଯୋଗ ଉଠାଇଛନ୍ତି ଏବଂ ଉତ୍ତେଜିତ ଚାଷୀ ଗୁରୁବାର ଦିନ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ।ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଆନ୍ଦୋଳନ ସ୍ଥଳ କୁ ଆସି ଚାଷୀ ଙ୍କ ସହ ଆଲୋଚନା କରିଥିଲେ।ଗୁରୁବାର ଚାଷୀ ଓ କେନାଲ ଡିଭିଜନ ଅଧିକାରୀ ଙ୍କ ସହ ଏଜ ବୈଠକ ଡକା ଯାଇ ତାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀ ମାନେ ଆନ୍ଦୋଳନ ରୁ ଅହରି ଥିଲେ।ଆନ୍ଦୋଳନ ରେ କୃଷକ ସଂଗଠନ ଧର୍ମଗଡ ର ସଭାପତି ଡମ୍ବରୁଧର ଲହଜଳ, ତୁଷାର ରଞ୍ଜନ ପଟ୍ଟଯୋଶୀ, ଦିଗାମ୍ବର ଦୁରିଆ, ଡାକେଶ୍ୱର ଲହଜଳ, ସନ୍ତୋଷ ପାଢ଼ୀ, ରତନ ନାଏକ, ଟିକମନ ଯାଦବ, ପ୍ରଣବ ଭଇଁସାଲ ସମେତ ଧର୍ମଗଡ ଆଞ୍ଚଳିକ କୃଷକ ସଙ୍ଘର ଶହ ଶହ ଚାଷୀ ଆନ୍ଦୋଳନ ରେ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ