Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲ୍ୟବନ୍ତ ମହୋତ୍ସବ ନେଇ ସଵ୍ କମିଟି ସ୍ତରୀୟ ବୈଠକ

ମାଲକାନଗିରି:ମାଲ୍ୟବନ୍ତ ମହୋତ୍ସବ ନେଇ ସ୍ଥାନୀୟ ଆରଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଉପସ୍ଥିତ ଥିଲେ। ନଭେମ୍ବର ୨୯ ରେ କୋରକୁଣ୍ଡା ବ୍ଲକ ସ୍ଥିତ ଜଳେଶ୍ଵର ଶୈବ ପୀଠ ରୁ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହେବ। କୋରକୁଣ୍ଡାରୁ ଜଳ ସଂଗ୍ରହ ପରେ ଅପରାହ୍ନ ୩ ଟାରେ କଳସ ଯାତ୍ରା ଭୈରବ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆୟୋଜନ ହେବ।ଡିସେମ୍ବର ୬ ଓ ୭ ରେ ଦୁଇ ଦିନ ଧରି ସଂସ୍କୃତି ଭବନ ଠାରେ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗୀତା ଆୟୋଜନ ହେବ । ସେହିପରି ଡିସେମ୍ବର ୧୦ ରେ ମିନି ମାରାଥନ ଓ ୧୧ ରେ ପଥ ଉତ୍ସବ ଓ ନୌକା ଚାଳନା ପ୍ରତିଯୋଗୀତା ଆୟୋଜନ କରାଯିବ। ବାଲିମେଳା ଛକ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ସକାଳ ୭ ରୁ ୧୦ ଟା ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହେବ। ଏଥି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଭାବେ ପଞ୍ଜୀକରଣ କରିବାକୁ ହେବ। ନୌକା ଚାଳନା ପ୍ରତିଯୋଗୀତା ଜିଲ୍ଲା କ୍ରୀଡା ବିଭାଗ, ବନ ବିଭାଗ ଓ ମତ୍ସ୍ୟ ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ସତୀଗୁଡା ଡ୍ୟାମ୍ ଠାରେ ଅପରାହ୍ନରେ ଆୟୋଜନ କରାଯିବ। ଅନୁରୂପ ଭାବେ ବ୍ଲକ ସ୍ତରରେ ମଧ୍ୟ ମହୋତ୍ସବ ଆୟୋଜନ କରାଯିବ। ସେଠାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳଙ୍କୁ ଜିଲ୍ଲା ସ୍ତରୀୟ ଉତ୍ସବ ମୁଖ୍ୟ ମଞ୍ଚରେ ପରିବେଷଣ କରାଯିବାର ସୁଯୋଗ ଦିଆଯିବ। ଜିଲ୍ଲା ସ୍ତରୀୟ ଉତ୍ସବରେ ବିଭିନ୍ନ ରାଜ୍ୟର ପାରମ୍ପରିକ ଲୋକ ନୃତ୍ୟ ସହ ଆମ ରାଜ୍ୟର ପ୍ରସିଦ୍ଧ ଲୋକ ନୃତ୍ୟକୁ ସାମିଲ କରାଯିବ। ବିଶେଷ ଭାବେ ଆମ ଜିଲ୍ଲାର ପାରମ୍ପରିକ ଲୋକ ନୃତ୍ୟକୁ ମଧ୍ଯ ମହୋତ୍ସବରେ ଅଗ୍ରାଧିକାର ଦିଆଯିବ। ମହୋତ୍ସବ ନିମନ୍ତେ ସପ୍ତାଧାରା ସ୍ମରଣିକା ପ୍ରକାଶ ପାଇବ। ଏଥି ନିମନ୍ତେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଅଛି। ନଭେମ୍ବର ୨୮ ସୁଦ୍ଧା ସମସ୍ତ ଲେଖା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଇ ମେଲ୍ dcomalkangiri@gmail.com ମାଧ୍ୟମରେ ପ୍ରେରଣ କରିପାରିବେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଳୟାନନ୍ଦ ଶତପଥୀ, ଶଶାଙ୍କ ମିଶ୍ର, ଶ୍ୟାମ ସୁନ୍ଦର ନାୟକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।