Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାନ୍ଦୁମୁଣ୍ତା ୟୁଜିୟୁପିରେ ବିଦାୟ ସମ୍ବର୍ଦ୍ଧନା

ବରପାଲି:ବରପାଲି ବ୍ଲକ ବିନ୍ଦୁମୁଣ୍ଡା ୟୁଜିୟୁପି ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ପକ୍ଷରୁ ବିଦାୟ ଉତ୍ସବ ପାଳିତ ହୋଇଯାଇଛି । ପରିଚାଳନା କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଡବ୍ଲୁଇଓ ସଜଂୟ ଭୋଇଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। ମୂଖ୍ଯଅତିଥି ଭାବରେ ଜିଲ୍ଳା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ମକୁନ୍ଦ ମହାରାଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ସଂଚାଳିତ ହ. ୋଇଥିଲା। ସମ୍ମାନିତ ଅତିଥି ଭାବରେ ଜିଲ୍ଳା ମୋସ୍କୁଲ ଅଭିଯାନ ମୂଖ୍ଯ ମନୋଜ ସାହୁ,ସିଆରସିସି ସଂଜୟ ସାହୁ,ଶିକ୍ଷକ ସଂଘ ସଭାପତି ସରୋଜ କୁମାର ରାଉତ,ତେଜଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମିଶ୍ର,ସରପଚଂ ସରୋଜିନୀ ମିଶ୍ର, କମିଟି ସଭାପତି ବସୁଦେବ ସା ଏବଂ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଜେନ୍ର୍ଦ କୁମାର ପୂଝାରୀ ପ୍ରମୁଖ ମଚାଂଶିନ । ନିମନ୍ର୍ତିତ ଅତିଥି ମାନଙ୍କ ଗହଣରେ ସ୍କୁଲ ପ୍ରଧାନଶିକ୍ଷକ ରାଜେନ୍ର୍ଦ କୁମାର ପୂଝାରୀଙ୍କୁ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥି ମାନେ କମିଟି ପକ୍ଷରୁ ମାନପତ୍ର ଓ ଉତ୍ତରିୟ ପ୍ରଦାନ ମାଧ୍ଯମରେ ସମ୍ମାନିତ କରାଯାଇଥିଲା। ଅତିଥି ମାନେ ରାଜେନ୍ର୍ଦ ବାବୁଙ୍କ କାର୍ଯ୍ଯକାଳ ସମୟର ପ୍ରତିବଦ୍ଧତା,ସମାୟୁନୁବର୍ତ୍ତିତା, ସହଭାଗି ଭାବ,ମାନବିୟ ଭାବ, ପରିଚାଳନା ଗତ କାର୍ଯ୍ଯଶୈଳି, ଶିକ୍ଷାଦାନ, ଛାତ୍ରଛାତ୍ରିଙ୍କ ପ୍ରତି ସାହାନୁଭୁତି ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ପୂଝାରୀ ବାବୁ ସ୍କୁଲରେ କଟାଇଥିବା ମୁହୁର୍ତ୍ତ ଓ ସହକର୍ମି ମାନଙ୍କ ସହ ଅଭୁଲା ଦିନର ଅଭିଜ୍ଞତା ସମ୍ପର୍କରେ ଭାବପ୍ରବଣ ଭାବେ ବ୍ଯକ୍ତ କରିଥିଲେ। ପରିଚାଳନାରେ ସ୍କୁଲ ସହକାରୀ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ସମେତ ସହ କର୍ମଚାରୀ ମାନେ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ