କୋକସରା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।


କଳାହାଣ୍ଡି:୨୧/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପରିଚାଳନା ରେ ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବାରିକ, ବିଜେପି ନେତା ତ୍ରିନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ବରା ଡୋ ଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ରେଙ୍ଗାଳପାଲି ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ ଭୀମଭୋଇ ଙ୍କ ଫୋଟୋଚିତ୍ର ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଉଦଘାଟନ କରିଥିଲେ। ଉପସ୍ଥିତ ଅତିଥିମାନେ ଭିନ୍ନକ୍ଷମ ଙ୍କ ପାଇଁ ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ବିଷୟରେ ସୁଚନା ଦେଇଥିଲ।
ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଭିନ୍ନକ୍ଷମ ହିତାଧିକାରୀ ମାନେ ଏହି ଶିବିର ରେ ପହଞ୍ଚି ପଞ୍ଜିକରଣ ସହ ବିଭିନ୍ନ ଯୋଜନା ରେ ନାମ ରେଜିଷ୍ଟ୍ରେସନ କରିଥିଲେ। ଡିଏଚଏଚ ରୁ ରୁ ଆସିଥିବା ଅସ୍ଥି ଶୈଳ ବିଶେଷଜ୍ଞ ଡାକ୍ତର ସୁନିଲ କୁମାର ପାଢୀ ,ମାନସିକ ବିଶେଷଜ୍ଞ ଡ଼ ପ୍ରଣବ କୁମାର ସାହୁ, ଇଏନଟି ବିଶେଷଜ୍ଞ ଡ଼. ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଚକ୍ଷୁରୋଗ ବିଶେଷଜ୍ଞ ଡ଼. ନିବେଦିତା ମହାରଣା,ଚଳନ ପ୍ରଶିକ୍ଷକ ନିବାସ ଚନ୍ଦ୍ର ସାହୁ ଶିବିର କୁ ଆସିଥିବା ଭିନ୍ନକ୍ଷମଙ୍କ ରୋଗ ପରୀକ୍ଷା ସହ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ। ଭିନ୍ନକ୍ଷମ ଶିବିର ରେ ମୋଟ ୩୮୬ ଜଣ ହିତାଧିକାରୀ ମାନେ ପଞ୍ଜିକରଣ କରିଥିବା ନେଇ ବି ଏସ ଏସ ଓ ସୂଚନା ଦେଇଛନ୍ତି। ଶିବିର କୁ ଆସିଥିବା ହିତାଧିକାରୀଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ବସ ଟ୍ରେନ ପାସ, ବୃତ୍ତିଗତ ତାଲିମ, ଦିବ୍ୟାଙ୍ଗ ସହାୟକ ଉପକରଣ ଡି.ଆର.ଆଇ ଋଣ ପାଇଁ ଆବେଦନ କରିଥିବା ବେଳେ ଅନେକ ଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ଦିବ୍ୟାଙ୍ଗ ସହାୟକ ଉପକରଣ,ବସଟ୍ରେନ ପାସ,ଟ୍ରାଇ ସାଇକେଲ, ହ୍ବିଲ ଚେୟାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ କୁ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ରେଜିଷ୍ଟ୍ରେସନ ଓ ଭିନ୍ନକ୍ଷମ ଙ୍କୁ ସହଯୋଗ କରିଥିଲେ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.