Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜରେ ବିଦାୟ କାଳୀନ ସମ୍ବର୍ଦ୍ଧନା

ଗୋପାଳପୁର: ଗୋପାଳପୁର କଲେଜରେ ଆଜି ଅପରାହ୍ନରେ କଲେଜର ଅଧ୍ୟକ୍ଷ ଡ଼ଃ ରାମ ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ,ସମ୍ମାନିତ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶକ ଡଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ଅବସର ଗ୍ରହଣ କରିଥିବା ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ ରଞ୍ଜିତ କୁମାର ଦାସ,ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ମିନତି ପଣ୍ଡା ଓ ଲାଇବ୍ରେରୀ ଆଟେଡ଼ାଣ୍ଟ ଭାସ୍କର ସାହୁ ଙ୍କୁ ପୁଷ୍ପଗୁଚ୍ଛ,ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅବସର ଅବଶିଷ୍ଟ ଜୀବନ ସୁଖମୟ, ଆରୋଗ୍ୟ କାମନା କରିଥିଲେ। ପରିଷଦର ସମ୍ପାଦକ ଲକ୍ଷଣ ପାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ଉମା କାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ