Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧ୍ବଜରାମ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ହୀରାପୁର ଚାମ୍ପିୟାନ।

କଳାହାଣ୍ଡି:୨୪।୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଲି ଖେଲ ପଡ଼ିଆରେ ଚାଚା ନେହେରୁ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ଧ୍ବଜରାମ ସ୍ମାରକୀ ପଞ୍ଚ ଦିବସିୟ ଫୁଟବଲ୍ ପ୍ରତିଯୋଗିତା ରବିବାର ଫାଇନାଲ ଖୋଳ ସହ ଉଦଯିତ୍ ହୋଇଛି। ଫାଇନାଲ ମ୍ୟାଚଟି ବ୍ରାହ୍ମଣୀଗୁଡା ଫୁଟବଲ୍ ଦଳ ଓ ହୀରାପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧/୦ ଗୋଲ କରି ହୀରାପୁର ଦଳ ଟୁର୍ଣ୍ଣାମେଣ୍ଟରେ ବିଜେତା ହୋଇ ଚାମ୍ପିଅନ ହୋଇଛି। ଫାଇନାଲ ଖୋଳର ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ଅଲମ୍ପିକ୍ସ ଆସୋସିଏସନର ସଭାପତି ଜଗମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ରେଞ୍ଜ ଅଫିସର ଲକ୍ଷ୍ମଣ ଶବର ମୁଖ୍ୟବକ୍ତା, କୋକସରା ବ୍ଳକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଚକ୍ରଧର ସେଠୀ, ଅଜୟ କୁମାର ପଟ୍ଟନାୟକ, ଅବଦୁଲ କାଦର, ଗ୍ରାମ୍ୟ ସଭାପତି ତୁଲସୀ ରାମ ସାହୁ, ଅଖିଳ ଚନ୍ଦ୍ର ସାହୁ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ସ୍ବର୍ଗତ ଧ୍ବଜରାମ ସାହୁଙ୍କ ସୁପୁତ୍ର ଦେବୀ ପ୍ରସାଦ ସାହୁ, ରାମ ପ୍ରସାଦ ସାହୁ, ପ୍ରେମଲାଲ ସାହୁ, ଟିକେଶ୍ବର ସାହୁ, ନାତି ବିବେକାନନ୍ଦ ସାହୁ ସମେତ ତାଙ୍କ ପରିବାର ଲୋକେ ପଡ଼ିଆରେ ଉପସ୍ଥିତ ରହି ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ। ଜୁନାଗଡ଼ ପିଇଟ ଭଗବାନ ଦଲପତି ଖେଲ ପରିଚାଳନା କରିଥିବାବେଳେ ଲାଇନ୍ସ ମ୍ୟାନ ଭାବରେ ବୁଲୁ ବେହେରୁକ, ହରେକୃଷ୍ଣ ଦଣ୍ଡସେନା ଓ ବଂଶିଧର ଭଁଏଷାଲ ସହଯୋଗ କରିଥିଲେ। ମାନସ ରଞ୍ଜନ ସରାବୁ ଓ ସୁଧାଂଶୁ ନାଗ ଖେଲର ଧାରାବିବରଣୀ ପ୍ରଦାନ କରିଥିଲେ। ଆୟୋଜକ କମିଟିର ସଭାପତି କୁଞ୍ଜବିହାରୀ ସାହୁ, ଉପ ସଭାପତି ଦୁଃଖନ୍ଦ୍ର ମାଝୀ, ସମ୍ପାଦକ କେଶବ ମାଝୀ, କୋଷାଧ୍ୟକ୍ଷ ଝାଡେଶ୍ବର ମାଝୀ, ଯୁଧିଷ୍ଠିର ମାଝୀ, କୁଳମଣି ସାହୁ ପ୍ରେମଲାଲ ମାଝୀ, ଅଜୟ କୁମାର ମାଝୀ, ଜିମୁତ ବାହାନ ମାଝୀ, ବିଷ୍ଣୁ ପ୍ରସାଦ ମାଝୀ, ଯଦୁମଣି ଧ.ମାଝୀ, ବିରଞ୍ଚି ବାଗ ସମେତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ