Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ଓଡିଶା ପୋଲିସର ସ୍ଵତନ୍ତ୍ର ଅଭିଯାନ

ସମ୍ବଲପୁର :ସାମ୍ପ୍ରତିକ ସମୟରେ, ଓଡ଼ିଶାର କେତେକ ଜିଲ୍ଲାରେ ବଡ଼ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଅଛି, ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି,ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ର ପାଲଟିଛନ୍ତି | ଏଭଳି କ୍ଷେତ୍ରରେ ଯୁବପିଢୀଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ଏହି ବିପଦକୁ ଦୂରକରିବାକୁ ପ୍ରତିଶୃତିବଦ୍ଧ ହୋଇଛି । ଡିଜିପି ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଶା ପୋଲିସ ନଭେମ୍ବର ପ୍ରଥମରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି, ଯାହା ଅମଳଋତୁ ଯଥା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ -୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନ ର ପ୍ରଥମ ୨୪ ଦିନ ମଧ୍ୟରେ, ଉପର ବର୍ଣିତ ଜିଲ୍ଲା ଗୁଡିକରେ ପ୍ରାୟ ୨୩୭୫ ଏକର ଗଞ୍ଜେଇ ଚାଷ ହୋଇଥିବା ଜମିକୁ ନଷ୍ଟ କରିବାରେ ପୋଲିସ ସକ୍ଷମ ହୋଇଛି।ଏଭଳି ସ୍ଥଳେ ଏପର୍ଯ୍ୟନ୍ତ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ଗତ ବର୍ଷ ଓଡିଶା ପୋଲିସ ପ୍ରାୟ ୧୦୫୦୦ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରି ଥିଲା ବେଳେ,ଏହି ବର୍ଷ ଓଡିଶା ପୋଲିସ ପୂର୍ବ ବର୍ଷକୁ ଅତିକ୍ରମ କରିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି।
ଗଞ୍ଜେଇ ଚାଷ ବ୍ୟତୀତ ଓଡ଼ିଶା ପୁଲିସ ଗଞ୍ଜେଇ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚଢାଉ ଜାରି ରଖିଛି । ମାସକ ମଧ୍ୟରେ ଏପର୍ଯ୍ୟନ୍ତ ୫୪ ଟି ମାମଲାରେ ୫୩୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ପରିବହନ ସମୟରେ ଏହି ସବୁ ଜବତ କରାଯାଇଛି ଏବଂ ଟ୍ରକ୍, ପିକ୍ଅପ୍ ଭ୍ୟାନ୍, ଇନୋଭା କାର୍ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରାୟ ୨୦ ଟି ଯାନ ଜବତ କରାଯିବା ସହିତ ୧୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏପର୍ଯ୍ୟନ୍ତ ୮୦ ଜଣ ଗଞ୍ଜେଇ ବେପାରୀ ଙ୍କୁ ମଧ୍ୟ ଗିରଫ କରାଯାଇଛି।
ଲୋକ ମାନଙ୍କୁ ଏହି ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ଓଡିଶା ପୋଲିସର ଏହି ସ୍ଵତନ୍ତ୍ର ଅଭିଯାନକୁ ସବୁ ମହଳରେ ସ୍ୱାଗତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories