ତାଳୁକ ଆଇନ ସେବା ସମିତି ପକ୍ଷରୁ ସମ୍ବିଧାନ ଦିବସ ପାଳିନ।


କଳାହାଣ୍ଡି:୨୬/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତାଳୁକ ଆଇନ ସେବା ସମିତି ପକ୍ଷରୁ ସମ୍ବିଧାନ ଦିବସ କୋକସରା ବଙ୍ଗୋମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ପାଳନ କରାଯାଇଛି । ତାଳୁକ ଆଇନ ପ୍ରାଧିକରଣ ସେବା ସମିତି ର ଅଧ୍ୟକ୍ଷା ତଥା ମାଜିଷ୍ଟ୍ରେଟ ରିତିକା ଜେନା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଏଭି ବିଦ୍ୟାଳୟ ର ଅଧ୍ୟକ୍ଷା ନିଝୁମାରାଣୀ ପଣ୍ଡିତ , ବରିଷ୍ଠ ଆଇନଜୀବୀ ମନୋଜ କୁମାର ନାଏକ,ଲକ୍ଷ୍ମୀ କାନ୍ତ ଖମାରି, ଲକିଧର ମେହେର,ପଞ୍ଚାନନ ବେଶ୍ରା, ଜଗା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ର ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ ସ୍ମୃତି ଚାରଣ ସହ ଛାତ୍ରଛାତ୍ରୀ ଙ୍କୁ ସମ୍ବିଧାନ ର ବିଭିନ୍ନ ଦିଗ ଉପରେ ପରାମର୍ଶ ଦେଇଥିଲେ।ଦେଶରେ ସୁଶାସନ ପାଇଁ ସମ୍ବିଧାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ର ବାନ୍ଧି ରଖିଥାଏ । ସମ୍ବିଧାନ ଦ୍ବାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ ଏବଂ ସେମାନଙ୍କୁ ସମାନ ନିୟମରେ ବାନ୍ଧି ରଖିଥାଏ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ କୁ ଓଏଭି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।।