Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଝୀଗୁଡା ରେ ଘୁମୁରା ପ୍ରତିଯୋଗିତା।

କଳାହାଣ୍ଡି:୨୬/୧୧
କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେତାଜୀ ଯୁବକ ସଙ୍ଘ ରାହସ ପୂର୍ଣ୍ଣିମା ଅବସରରେ ଘୁମୁରା ପ୍ରତିଯୋଗିତା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଧବଳେଶ୍ବର ନାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ମୁଖ୍ୟ ବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ବିଜେଡି ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼,ରଣସାଏ ନାଏକ,ଚିତ୍ରସେନ ନାଏକ, ଲକ୍ଷ୍ମୀକାନ୍ତ ନାଏକ, ମଦେଲାଲ ନାଏକ, କ୍ଷିତିଶ ନାଏକ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ମଞ୍ଚ ସଂଯୋଜନା ଚୈତନ୍ୟ ପାଣିଗ୍ରାହୀ କରିଥିଲେ। ଘୁମୁରା ପ୍ରତିଯୋଗିତାରେ ମୋଟ ୭ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ କଦଲିମୁଣ୍ଡା ଦଳ ପ୍ରଥମ, ମାଲପଡା ଦଳ ଦ୍ଵିତୀୟ ଓ ଘଣ୍ଟିଗୁଡା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ କୁ ପରମେଶ୍ବର ପାଣିଗ୍ରାହୀ ଓ ନେହରୁ ଯୁବକ ସଙ୍ଘ ର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।