Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ

ଖଡ଼ିଆଳ : ଖଡ଼ିଆଳ ବ୍ଲକ ବରଗାଁ ଜୟ କିଷାନ ହାଇସ୍କୁଲର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ହେଉଥିବା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଦ୍ଵିତୀୟ ଦିନ ତଥା ଉଦଯାପିତ ଦିନର କାର୍ଯ୍ୟକ୍ରମରେ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଭାପତି ତଥା ବରଗାଁ ସରପଞ୍ଚ ଗୋବିନ୍ଦ ଵିହାରୀ ବାରିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ବିଶିଷ୍ଠ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ଖଡ଼ିଆଳ ବ୍ଳକ ଉପାଧ୍ୟକ୍ଷ ଗୌତମ ତାଣ୍ଡି,, ଜିଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ସାନମହେଶ୍ୱର ସରପଞ୍ଚ ଆଲ୍ଲାଦିନୀ ବେହେରା, ଖୁଦପେଜ ସରପଞ୍ଚ ଯଶୋଦା ଶତପଥୀ, ମୁଖ୍ୟବକ୍ତା ଭାବେ ଓଡ଼ିଆ ପ୍ରାଧ୍ୟାପକ ଦୋଳଗୋବିନ୍ଦ ବିଶି ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଳମୁନି ଛାତ୍ର ସୁଶାନ୍ତ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ଜୟ କିଷାନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲୋକେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ରାଜ୍ୟ ସ୍ତରୀୟ ଚର୍ଚ୍ଚିତ କଳାକାର ଅର୍ଚ୍ଚନା ପାଢ଼ୀ ଓ ତାଙ୍କ ଗ୍ରୁପଙ୍କ ଦ୍ଵାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନା ଥାଉକି ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ସକାଳ ୭ ଘଣ୍ଟା ରୁ ୧୦ ଘଣ୍ଟା ପ୍ରଯ୍ୟନ୍ତ ବନ୍ଧୁ ମିଲନ ସହିତ ଆମୋଦ ପ୍ରମୋଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁବର୍ଣ୍ଣ ଜୟନ୍ତୀ କମିଟିର ସମ୍ପାଦକ ରମେଶ କୁମାର ଠାକୁର, ସରୋଜ କୁମାର ପଣ୍ଡା, ସତ୍ୟପ୍ରିୟ ମୁଣ୍ଡ, ଦ୍ଵାରିକା ନାଥ ଦାସ ମାନସ ପଣ୍ଡା , ଅଶୋକ ମୁଣ୍ଡ, ପ୍ରଦ୍ୟୋତ ମୁଣ୍ଡ, ଅମୂଲ୍ୟ ମୁଣ୍ଡ, ବାବୁଲା ଶବର, ଆଲୋକ ଶବର, କୃଷ୍ଣ ବଲ୍ଲଭ ଶବର, କେଦାର ପଟେଲ, ଗୋକୁଳ ପଟେଲ, ପ୍ରଦ୍ୟୁମ୍ନ ମୁଣ୍ଡ ସମେତ ବରଗାଁ ଗ୍ରାମ ସମେତ ଅନ୍ୟାନ୍ୟ ଗ୍ରାମର ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବରଗାଁ ଜୟ କିଷାନ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ